01/16/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

୫ଟି ପ୍ରଭାବ,ଆର.ଟି.ଓ ଅଫିସ ସ୍ଥିତି ଯାଞ୍ଚ କଲେ ଜିଲ୍ଲାପାଳ

ରାୟଗଡା: ନୂଆ ମୋଟର ଯାନ ଆଇନ ପ୍ରଣୟନର ଦୀର୍ଘଦିନ ପରେ ମଧ୍ୟ RTO ଅଫିସରେ ଲାଗିରହିଛି ଲମ୍ବା ଲାଇନ । ଆଜିବି ଲାଇସେନ୍ସ ପାଇଁ ଲୋକେ ଘଣ୍ଟାଘଣ୍ଟା ଲାଇନରେ ଠିଆ ହେଉଛନ୍ତି। ଏଭଳି ସ୍ଥିତି ଦେଖାଦେଇଛି ରାୟଗଡା ଆରଟିଓ ଅଫିସରେ । ଯାହାର ସ୍ଥିତି ପରଖିବାକୁ ପହଞ୍ଚିଥିଲେ ରାୟଗଡା ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ।

ରାଜ୍ୟରେ 5‘ଟି’ ଲାଗୁ ହେବା ପରେ ଯଦିଓ RTO ଅଫିସରୁ ଦଲାଲ ରାଜ ହଟିଛି କିନ୍ତୁ ଟଙ୍କା ପୈଠ କରିବାକୁ ଏ କାଉଣ୍ଟରରୁ ସେ କାଉଣ୍ଟରକୁ ଦୌଡି ନାନା ହଇରାଣ ହେଉଛନ୍ତି। ଏପରିକି ବରିଷ୍ଠ ନାଗରିକ, ମହିଳା ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ସୁବିଧା ମିଳୁନଥିବା ଅଭିଯୋଗ କରିଛିନ୍ତି ଗାଡି ଚାଳକ । ସେପଟେ ଲୋକଙ୍କୁ ଅସୁବିଧା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ RTO ଅଫିସ ପରିସରରେ 3 ଟି ଜନସେବା କେନ୍ଦ୍ର ଖୋଲାଯାଇଛି । ହେଲେ ଲୋକଙ୍କ ପାଉଣା ଦାଖଲରେ ହେଉଛି ଅସୁବିଧା । ଏଭଳି ଅସୁବିଧାକୁ ଜିଲ୍ଲାପାଳ ସ୍ଵୀକାର କରିଥିବା ବେଳେ RTO କହିବା କଥା କିନ୍ତୁ ଅଲଗା। ଲୋକେ ବୁଝି ପାରୁନଥିବା ଓ ସମସ୍ତ ସୁବିଧା ଦିଆଯାଉଥିବା କୁହନ୍ତି RTO। ତେବେ ଲୋକଙ୍କ ସୁବିଧା ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *