ପଦ୍ମପୁର ଗ୍ରାମର ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ

ରାୟଗଡାଜ଼ିଲ୍ଲା:( ପ୍ରତିନିଧି ଅମୁଲ୍ୟ ନିଶଙ୍କ) ରାୟଗଡା ଜ଼ିଲ୍ଲା ଅନ୍ତର୍ଗତ ପଦ୍ମପୁର ଗ୍ରାମର ନୁଆସାହିର ଧର୍ମପରାୟଣ ବ୍ୟକ୍ତି ତାରିଣୀ ଚରଣ ପାଢ଼ୀଙ୍କ ପରଲୋକ ଘଟିଛି। ଗତ କାଲି ରାତ୍ର 9.30ଘଟିକା ସମୟରେ ଦୁଃଖୀରଙ୍କୀ ଗରିବଙ୍କ ଅତି ଆପଣାର ଲୋକକୁ ହରାଇ ସମଗ୍ର ପଦ୍ମପୁର ବାସୀ ମର୍ମାହତ। ସ୍ବର୍ଗତ ପାଢ଼ୀ ସଦା ସର୍ବଦା ଗରିବଙ୍କ ସେବାରେ ନିଜକୁ ନିୟୋଜିତ କରି ଆସୁଥିଲେ। ମୃତ୍ୟୁ ବେଳକୁ ତାଙ୍କୁ 82ବର୍ଷ ହୋଇଥିଲା ।ମୃତ୍ୟୁ ସମୟରେ ଦୁଇ ପୁଅ , ଦୁଇ ଝିଅ ,ଦୁଇ ନାତି ନାତୁଣୀ ଉପସ୍ଥିତ ରହିଥିଲେ ।ବଡ଼ ପୁଅ ରଘୁନନ୍ଦନ ପାଢ଼ୀ ମୁଖାଗ୍ନି ଦେଇଥିଲେ।ସ୍ବର୍ଗତ ପାଢ଼ୀଙ୍କ ଅନ୍ତିମ ଯାତ୍ରାରେ ବହୁ ଲୋକ ଯୋଗ ଦେଇଥିଲେ କିନ୍ତୁ କରୋନାର କଟକଣା ଲାଗି ସୀମିତ ବ୍ୟକ୍ତି ସ୍ମଶାନକୁ ଯାଇଥିଲେ । ସମସ୍ତଙ୍କ ମୁହଁରେ ଗୋଟିଏ କଥା ସ୍ବର୍ଗତ ତାରିଣୀ ପାଢ଼ୀ ଅମର ରହେ । ସ୍ବର୍ଗତ ପାଢ଼ୀ ନିଜ ପିଲାମାନଙ୍କୁ ଭଲ ସଂସ୍କାର ଦେଇ ଶିକ୍ଷିତ କରି ଗଢିଥିଲେ। ସାନ ପୁଅ ସୁଦର୍ଶନ ପାଢ଼ୀ ଓପିଲିପି ପ୍ରୋଜେକଟ ମ୍ୟାନେଜେର ଭାବେ ଚାଟିକଣା ଠାରେ କାର୍ଯ୍ୟରତ ଅଛନ୍ତି। ସ୍ଥାନୀୟ ବ୍ୟାପାରୀ ସଂଘ ସ୍ବର୍ଗତ ପାଢ଼ୀଙ୍କ ଉଦେଶ୍ୟରେ ଗୋଟିଏ ଦିନ ସମସ୍ତ ଦୋକାନ ବଜ଼ାର ବନ୍ଦ ପାଇଁ ନିଷ୍ପତି ନେଇଥିଲେ।