01/21/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସାବିତ୍ରୀ ବ୍ରତ ଉପଲକ୍ଷେ ମୋ ଅନୁଷ୍ଠାନ ସାହିତ୍ୟ ସଂସଦର ବିଶେଷ ଆକର୍ଷଣୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲେଶ୍ଵର,୨୨/୫– ଆଜି ସାବିତ୍ରୀ ବ୍ରତ ଉପଲକ୍ଷେ ବାଲେଶ୍ଵର ଜିଲ୍ଲା ଖଇରାରେ ” ମୋ ଅନୁଷ୍ଠାନ ” ସାହିତ୍ୟ ସଂସଦ ତରଫରୁ ହ୍ଵାଟ୍ସଆପ୍ ମାଧ୍ୟମରେ ଏକ ରାଜ୍ୟ ସ୍ତରୀୟ ବିଶେଷ ଆକର୍ଷଣୀୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଯାହାର ପ୍ରଶ୍ନଥିଲା ବର୍ତ୍ତମାନ ସମୟରେ ସାବିତ୍ରୀ ବ୍ରତର ଆବଶ୍ୟକତା ଅଛି କି ?
ଏଥିରେ ସାରା ରାଜ୍ୟର ବିଭିନ୍ନ ସ୍ଥାନରୁ ଯଥା-(୧) କୁମାର ମୃତ୍ୟୁଞ୍ଜୟ ,ବାଲେଶ୍ଵର (୨) ବାସନ୍ତୀ ଲତା ଜେନା, ଗାନ୍ଧିନଗର, ନବରଙ୍ଗପୁର (୩) ଛବିରାଣୀ ପତି, ମଧ୍ୟ ଶାସନ, ବିରିଡି,ଜଗତସିଂହପୁର (୪) ନିରୂପମା ନାୟକ, ଉପୁଳା,ଧାନମଣ୍ଡଳ,ଯାଜପୁର (୫) ଭାରତୀ ସାହୁ,ଯୁନିଦାପାଟଣା, ଦଶରଥପୁର, ଯାଜପୁର (୬) ପ୍ରିୟମ୍ବଦା ରାଉତ,କୁଡୁମୁଲୁଗୁମ୍ମା, ଖଇରପୁଟ,ମାଲକାନଗିରି (୭) ସୁଜାତା ମହାନ୍ତି, ତୁଳସୀପୁର, କଟକ (୮) ସସ୍ମିତା ଦାସ,ଗାୟତ୍ରୀ ନଗର,ଢେଙ୍କାନାଳ (୯) ମାମିନୀ ଦାଶ,ଜୟପୁର, କୋରାପୁଟ (୧୦) ମିନତୀ ଦାଶ,ବାରିପଦା, ମୟୂରଭଞ୍ଜ (୧୧) ସୁଦର୍ଶନ ମହାପାତ୍ର, କୁଞ୍ଜବିହାରୀ ଲେନ୍, କଟକ ପ୍ରମୁଖ ମୋଟ ୧୧ଜଣ ଭାଗ ନେଇଥିଲେ । ସେଥିମଧ୍ୟରୁ ଛବିରାଣୀ ପତି ପ୍ରଥମ,ବାସନ୍ତୀ ଲତା ଜେନା ଦ୍ବିତୀୟ ଓ ସୁଜାତା ମହାନ୍ତି ତୃତୀୟ ସ୍ଥାନ ଅଧିକାର କରି ଅନୁଷ୍ଠାନରୁ ପୁରସ୍କୃତ ପାଇବା ପାଇଁ ଯୋଗ୍ଯବିବେଚିତ ହୋଇଛନ୍ତି । ୧୧ଜଣଙ୍କର ଲେଖା ଗୁଡିକୁ ସୁ-ସାହିତ୍ଯିକ ନାରାୟଣ ଚନ୍ଦ୍ର ସେନାପତି ସମୀକ୍ଷା କରି ଫଳାଫଳ ଘୋଷଣା କରିଥିଲେ ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *