02/13/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜମିବାଡ଼ି ବିବାଦକୁ ନେଇ ଶିକ୍ଷକଙ୍କୁ ହତ୍ୟା,ଗୋରୁମହିଷାଣୀ ଥାନାରେ ବାପ ଓ ପୁଅ ଅଟକ

ରାଇରଙ୍ଗପୁର,୧୧/୨–ମୟୂରଭଂଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଜାମପାଣି ଗ୍ରାମରେ ଗତକାଲି ଜମିବାଡ଼ି ବିବାଦକୁ ନେଇ ହତ୍ୟାକାଣ୍ଡ ଘଟଣାରେ ଥାନାରେ ଦୁଇ ଅଟକ । ପ୍ରକାଶ ଥାଉକି ଜାମପାଣି ଗ୍ରାମର ସୁକଦେବ ମାରାଣ୍ଡି (୪୭)ଯିଏକି ବୃତ୍ତିରେ ପଡୋଶୀ ଝାଡଖଣ୍ଡ ରାଜ୍ୟର ଡୁମୁରିଆ ଅଂଚଳର ଲୁପୁଙ୍ଗଡିହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ । ସେ ଏବଂ ତାଙ୍କ ପତ୍ନୀ ସୀମା ଦୁଇ ଜଣ ସୋମବାର ସଂଧ୍ୟା ୫ଟା ପାଖାପାଖି ସମୟରେ ଗାଁ ପାଖ ନିଜର ବିଲକୁ ଝାଟି ଆଣିବା ପାଇଁ ଯାଇଥିଲେ । ସେଠାରେ ସେହି ଗାଁର ବାପ ପୁଅ ମଦନ ମୁର୍ମୁ(୫୦) ଏବଂ ଲାଲମୋହନ ମୁର୍ମୁ(୨୩) ସେଠାରେ ଥିଲେ । ସୁକଦେବର ବିଲରେ ଥିବା ଅନାବନା ଝାଟିକୁ ମଦନ ଏବଂ ଲାଲମୋହନ କାଟି ନିଜ ଘରକୁ ନେବାପାଇଁ ରଖିଥିଲେ । ହେଲେ ସୁକଦେବ ଏବଂ ତାଙ୍କ ପତ୍ନୀ ନିଜବିଲରେ ଥିବା ଝାଟିଗଛର ଅଧିକାରସେମାନଙ୍କର ବୋଲି ଦାବୀ କରିଥିଲେ । ଏହାକୁ ନେଇ ବିବାଦ ହୋଇଥିଲା । ତେଣୁ କ୍ରୋଧକୁ ସମ୍ଭାଳି ନପାରି ସୁକଦେବକୁ କଟୁରି ଏବଂ ବୁଡିଆରେ ସୁକଦେବକୁ ମରଣାନ୍ତକ ଆକ୍ରମଣ କରିଥିଲେ । ସୁକଦେବ ଘଟଣା ସ୍ଥଳରେ ସବୁଦିନ ପାଇଁ ଟଳି ପଡ଼ିଲା । ସୁକଦେବର ସ୍ତ୍ରୀ ଉପସ୍ଥିତ ଥିଲା । ଖବର ପାଇ ଗୋରୁମହିଷାଣୀ ଥାନା ଅଧିକାରୀ ଫନୀନ୍ଦ୍ର ଭୂଷଣ ନାଏକ ଏବଂ ପ୍ରଶାନ୍ତ ସ୍ବାଇଁ ଘଟଣାସ୍ଥଳରେ ପହଂଚି ଶବକୁ ଉଦ୍ଧାର କରିବା ସହ ବାପ ଓ ପୁଅକୁ ଥାନାରେ ଅଟକ ରଖିଛନ୍ତି । ଥାନାରେ କେଶ ନଂ ୬/୨୦ ରୁଜୁ କରାଯାଇଛି । ଆଜି ମଙ୍ଗଳବାର ଦିନ ଶବକୁ ରାଇରଙ୍ଗପୁର ଡାକ୍ତରଖାନାରେ ବ୍ୟବଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । ଗାଁ ରେ ଏକ ଶୋକାକୁଳ ପରିବେଶ ହୋଇଛି ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *