12/07/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

2017ର ବଦଲା ନେଇ 2020ରେ କଂଗ୍ରେସ ହାତରୁ ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଛଡ଼ାଇ ନେଲା ବିଜେଡି

ରାୟଗଡ଼ା:( ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ) ରାୟଗଡା ଜ଼ିଲ୍ଲା ପରିଷଦ ପାଇଁ ଅନୁଷ୍ଠିତ ଉପ ନିର୍ବାଚନରେ 2017ର ବଦଲା ନେବା ପାଇଁ ବିଜେଡି ତାହାର ସମଗ୍ର କଳ କୌଶଳ ପ୍ରୟୋଗ କରି 2020ରେ କଂଗ୍ରେସ ହାତରୁ ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଛଡ଼ାଇ ନେଇଛି ।

କଂଗ୍ରେସର ସଦସ୍ୟ ସଂଖ୍ୟା 10 ଥାଇ ମଧ୍ୟ ବିଜେଡିର ବିଜୟ ବର୍ତ୍ତମାନ ରାୟଗଡ଼ାରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଜେଡିର ଗଙ୍ଗାଧର ପୁଆଲା ମୋଟ ୧୩ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। କଂଗ୍ରେସର ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁ ପରେ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ବିଜେଡି ଦଳର ପ୍ରାର୍ଥୀ ଗଙ୍ଗାଧର ପୁଆଲା ମୋଟ ୧୩ ଖଣ୍ଡ ଭୋଟ ପାଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ସେହିପରି କଂଗ୍ରେସକୁ ୫ଖଣ୍ଡ ଭୋଟ ମିଳିଥିବା ବେଳେ ଗୋଟିଏ ଭୋଟ ନାକଚ ହୋଇଯାଇଛି। ବିଜେପି ଦଳ ପକ୍ଷରୁ ୪ଜଣ ନିର୍ବାଚିତ ସଦସ୍ୟ ଭୋଟଦାନ ପ୍ରକ୍ରିୟାରେ ସାମିଲ ନହେବା ପାଇଁ ହ୍ଵିପ୍ ଜାରି ହୋଇଥିଲା। ହେଲେ ଦୁଇ ଜଣ ସଦସ୍ୟ ପୁଷ୍ପାଞ୍ଜଳି ମୁଟିକା ଓ ନେତ୍ରାନନ୍ଦ କୈବର୍ତ୍ତ ଭୋଟଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ୨୧ଜଣ ସଭ୍ୟଙ୍କ ମଧ୍ୟରୁ ୨ଜଣ ବିଜେପି ସଦସ୍ୟ ଅନୁପସ୍ଥିତ ରହିଥିବା ବେଳେ କଂଗ୍ରେସ ସପକ୍ଷରେ ୫ଟି ଭୋଟ ଓ ଗୋଟିଏ ଭୋଟ ନାକଚ ହୋଇଯାଇଛି। ଫଳରେ ବିଜେଡି ପକ୍ଷରେ ୧୩ଟି ଭୋଟ ରହିଛି। ବିଜେଡିର ୭ଜଣ ସଦସ୍ୟ ଥିବା ସତ୍ତ୍ଵେ ଅଧ୍ୟକ୍ଷ ପଦ ହାତେଇଛି ଦଳ। ସେପଟେ କଂଗ୍ରେସର ୧୦ ଜଣ ସଦସ୍ୟ ଥାଇ ମଧ୍ୟ ଦଳକୁ ମାତ୍ର ୫ଟି ଭୋଟ ମିଳିଛି। କଂଗ୍ରେସ ଦଳର ସଂଖ୍ୟା ଅଧିକ ଥିବା ବେଳେ ବିଜେଡି ସପକ୍ଷରେ ୧୩ଟି ଭୋଟ ଗଲା କିପରି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି। ବିଜେଡି ଦଳ ଟଙ୍କା ଦେଇ ଭୋଟ କିଣିଛି ବୋଲି ବିରୋଧୀ ଅଭିଯୋଗ କରିଛି।ଏହି ଜ଼ିଲ୍ଲା ପରିଷଦ ଅଧକ୍ଷ ଉପ ନିର୍ବାଚନରେ ଜାତୀୟ ଦଳ କଂଗ୍ରେସରେ ଗୋଷ୍ଠି କନ୍ଦଳ ପଦାରେ ପଡିଛି । ଠିକ ସେହିପରି ଗତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ 4ଟି ଆସନ ଅକ୍ତିଆର କରିଥିବା ବିଜେପିରେ ଦଳୀୟ ଶୃଙ୍ଖଳାକୁ ଅବମାନନା କରି ହୁଇପ ଜାରି ସତ୍ବେ ମଧ୍ୟ ପଦ୍ମପୁରରେ ଜ଼ିଲ୍ଲା ପରିଷଦ ସଭ୍ୟ ନେତ୍ରାନନ୍ଦ କୋବର୍ତ୍ତ ଓ ରାମନାଗୁଡ଼ା ଜ଼ିଲ୍ଲା ପରିଷଦ ସଭ୍ୟା ପୁଷ୍ପାଞ୍ଜଳି ମୂଟୁକା ବିଜେପିରେ ହୁଇପକୁ ନ ମାନି ଶାସକ ବିଜେଡି ଦଳ ସହ ହାତ ମିଳେଇ ନିର୍ବାଚନରେ ଭାଗ ନେଇଥିଲେ। ଠିକ ସେହିପରି ନିର୍ବାଚନର କିଛିଦିନ ପୂର୍ବରୁ କଂଗ୍ରେସ ତାଙ୍କର ତିନି ସଦସ୍ୟ ନୀଳକଣ୍ଠ ଝାଡିଆ, ଅମ୍ବିକା ମାଝୀ ଓ ଲଷ୍ମୀ ଶବର ଉପରୁ ନିଲମ୍ବନ ପ୍ରତ୍ୟାହାର କରିଥିଲେ। ଏଥିରେ ଏହି ସଦସ୍ୟ ଗଣ ମଧ୍ୟ କଂଗ୍ରେସଦଳ ଉପରେ ନିଜର ଭରସା କରିପାରିନଥିଲେ। ନିର୍ବାଚନର ବହୁ ସମୟ ପର୍ଯ୍ୟନ୍ତ କଂଗ୍ରେସର ନୀଳକଣ୍ଠ ଓ ଅମ୍ବିକା ମାଝୀ ନିର୍ବାଚନ ଗୃହକୁ ଆସିନଥିଲେ। ହଠାତ ଏହି ଦୁଇ ଜଣ କୋରାପୁଟ ଲୋକସଭା ସାଂସଦଙ୍କ ଗାଡ଼ିରେ ନିର୍ବାଚନ ଗୃହରେ ପହଂଚି ନିଜର ମତ ଅଧିକାର ସାବ୍ୟସ୍ତ କରିଥିଲେ। ଏହା ସମସ୍ତଙ୍କୁ ଚକିତ କରିଥିଲା, ନିର୍ବାଚିତ ପରେ ଶ୍ରୀ ଗଙ୍ଗାଧର କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ସୁସାଶନ ଓ ବିଜେଡି ଉପରେ ଭରସା କରି ମୋତେ ଭୋଟ ଦେଇଛନ୍ତି, ସେ ପୁଣି ତାଙ୍କରି ପ୍ରତିକ୍ରିୟାରେ କହିଛନ୍ତି ଜ଼ିଲ୍ଲାର ମୌଳିକ ସମସ୍ୟା ଉପରେ ଗୁରୁତ୍ୱ ଦେଇ ସମସ୍ତ ସଭ୍ୟ ସଭ୍ୟାଙ୍କ ସହ ମିଶି ଆଗାମୀ ଦିନରେ କାମ କରିବି ବୋଲି କହିଛନ୍ତି । ବିଜେପି ଜ଼ିଲ୍ଲା ସଭାପତି ଶିବ ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ ବିଜେପି ଦଳ ହୁଇପ ଜାରି କରି ଥିବାର ପତ୍ର ନିର୍ବାଚନ ଅଧିକାରୀ, ଜ଼ିଲ୍ଲା ପାଳଙ୍କୁ ପ୍ରଦାନ କରାଯାଇଥିଲା କିନ୍ତୁ ସେମାନେ କିପରି ବିଜେପିର ଦୁଇ ସଦସ୍ୟଙ୍କୁ ନିର୍ବାଚନ ପ୍ରକ୍ରିୟାର ବହୁ ସମୟ ପୂର୍ବରୁ ନିର୍ବାଚନ ରୁମକୁ ନେଇ ଭୋଟ ଦେବାପାଇଁ ଅନୁମତି ଦେଇଥିଲେ। ଏଥିପାଇଁ ଆମେ କୋର୍ଟର ଦ୍ୱାରସ୍ତ ହେବୁ ବୋଲି ସୂଚନା ଦେଇଛନ୍ତି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *