01/16/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଆର.ଡି. ବିଭାଗ ତରଫରୁ ରାତି ଅଧରେ ପଡ଼ିଲା ମେଡିକାଲ ଛାତ

ବାଲେଶ୍ୱର,୮/୨–ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରାତିଅଧରେ ପଡ଼ିଲା ଛାତ । ଏହାର ସ୍ବାୟିତ୍ବକୁ ନେଇ ସ୍ଥାନୀୟ ଜନତା ଓ ବୁଦ୍ଧିଜୀବିମାନେ ପ୍ରଶ୍ନ ଉଠାଇଛନ୍ତି । ଏ ବାବଦରେ ବିଭାଗୀୟ ଅଧିକାରୀ ତୁରନ୍ତ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି । ସୂଚନା ଅନୁସାରେ ଖଇରା ମେଡିକାଲର ନୂତନ ଅନ୍ତବର୍ହିଭାଗ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ଦ୍ଵାରା ହୋଇଥିଲା । ଏହି ଗୃହ ପାଇଁ ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ୩୨ଲଷ ଟଙ୍କା ଅନୁମୋଦନ ହୋଇଥିଲା ବେଳେ ନିର୍ମାଣ ପାଇଁ ଏକ ଠିକା ସଂସ୍ଥାକୁ ଦାୟିତ୍ଵ ଦିଆଯାଇଥିଲା । ମାତ୍ର ଚୁକ୍ତିନାମା ଅନୁଯାୟୀ କାର୍ଯ୍ୟ ହୋଉ ନଥିବାରୁ ବାରମ୍ବାର ଅଭିଯୋଗ ହେଉଥିଲା । ନିମ୍ନମାନର ରଡ଼ ସିମେଣ୍ଟ ଓ ଅନ୍ୟାନ୍ୟ ଘର ଉପକରଣ ସାମଗ୍ରୀ ବ୍ୟବହାର ହୋଇଥିଲା ବେଳେ ବିଭାଗୀୟ ଅଧିକାରୀମାନେ ଏଥିପ୍ରତି ଆଖିବୁଜି ଦେଇଥିବା ସାଧାରଣରେ ଅଭିଯୋଗ ହେଉଛି । ଏନେଇ ସିମୁଳିଆ ଆର.ଡି. ବିଭାଗର ଏସ.ଡି.ଓ. ଙ୍କୁ ପଚାରିବାରୁ ସେ କହିଛନ୍ତି ଏ ବାବଦରେ ଅଭିଯୋଗ ପାଇଛୁ, ତୁରନ୍ତ ଘଟଣା ସ୍ଥଳକୁ ଯାଇ ତଦନ୍ତ କରାଯିବ ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *