05/23/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ରାସ୍ତା ପାଇଁ ହନ୍ତସନ୍ତ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବାଲିବରେଇ ପଂଚାୟତ ସରସ କଲା ଗ୍ରାମବାସୀ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବାଲିବରେଇ ପଂଚାୟତ ସରସ କଲା ଗ୍ରାମ ୨ ନଂ ଓ ୪ ନଂ ୱାର୍ଡ ରେ ଦୀର୍ଘ ୧୬ ବର୍ଷ ହେବ ରାସ୍ତା ଖଣ୍ଡେ ନାହିଁ ସରକାରଙ୍କ ର ଆସୁଥିବା ଡି ଏମ ଏଫ ଫଣ୍ଡ କି ଏନ ଜି ଓ କି ଏନ ଆର ଜି ଏସ ଫଣ୍ଡ ସବୁ ମିଛ ଏବେ ପଦାରେ ପଡ଼ିଲାଣି ସେ ୱାର୍ଡ ର ୫୦୦୦ ଲୋକ ବସ ବାସ କରୁଥିବା ବେଳେ ରାସ୍ତା ଖଣ୍ଡେ ନଥିବାରୁ ୧୦୨ କି ୧୦୮ ଆମ୍ବୁଲାନ୍ସ ଆସିବା କଷ୍ଟକର ହୋଇପଡୁଛି ବିଶେଷ କଥା ହେଉଛିକି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଯିବା ଆସିବାରେ ପ୍ରତିବନ୍ଧକ ସୃଷ୍ଟି ହେଉଛି ଗ୍ରାମର ଲୋକଙ୍କ କହିବା କଥା କି ଏଥିପାଇଁ ଉପରିସ୍ଥ କର୍ମଚାରୀଙ୍କୁ ଜଣାଇ ଥିଲେ ମଧ୍ୟ ପ୍ରଶାସନ ର ନିଦ ଭାଙ୍ଗି ନାହିଁ ସେପଟେ ସ୍ଥାନୀୟ ସରପଂଚ କେମେରା ଆଗରେ କିଛି କହିନଥିବା ବେଳେ ଏପଟେ ଗ୍ରାମବାସୀ କହିଛନ୍ତି ଯଦି ଏଇଭଳି ରାସ୍ତା କାମ ନହୁଏ ରାଜ ରାସ୍ତାକୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି ସରପଂଚ ସେଇ ଗ୍ରାମକୁ ବାରମ୍ବାର ଅସୁଥିଲେମଧ୍ୟ କୌଣସି କାମ ନକରି ଚୁପ ହୋଇବସିବାର କାରଣ କଣ ତାଙ୍କ ଗ୍ରାମର ବଡ ପୋଲୋ ଥାଇ ଅତଡ଼ା ଖାସିଲାଣି କେତେ ବେଳେ କାହାର କଣ ହେବ ତାହା ଜଣା ନାହିଁ ଯାହାକି ରାସ୍ତା ଓ ପୋଲୋ କାମ କେବେ ହେବ ପ୍ରଶାସନ ର ନିଦ କେବେ ଭାଙ୍ଗିବ ତାହା ଜନସାଧାରଣ ରେ ଆଲୋଚନାର ବିଷୟ ପାଲଟିଛି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *