09/21/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ହାର୍ଡକୋର ମାଓବାଦୀ ମନୁଙ୍କ ଆତ୍ମସମର୍ପଣ…

ମାଲକାନଗିରି(ସ.ଖ.ପ୍ର ): ମାଲକାନଗିରି ଜିଲ୍ଲାରେ ଗତଦିନରେ ଏକାଧିକ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଥିବାବେଳେ, ଆଜି ଜିଲ୍ଲାର ବିଭିନ୍ନ ହିଂସାକାଣ୍ଡରେ ଜଡିତ ଥିବା ହାର୍ଡକୋର ମାଓବାଦୀ ମହାଦେବ ମାଡକାମୀ ଜିଲ୍ଲା ପୋଲିସ ପାଖରେ ଆତ୍ମସମର୍ପଣ କରିଛି |ମହାଦେବକୁ ମନୁ ନାମରେ ଡକାଯାଉଥିଲା |ମାଲକାନଗିରି ଏସ ପି ଶ୍ରୀ ଖିଲାରୀ ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇଥିଲେ ସମ୍ବର୍ଦ୍ଧିତ କରିଥିଲେ |ଏହା ଦ୍ୱାରା ଜିଲ୍ଲାରେ ମାଓ କାର୍ଯ୍ୟକ୍ରମକୁ ଶକ୍ତ ଝଟକା ଲାଗିଛି ବୋଲି ଜିଲ୍ଲା ପୋଲିସ ତରଫରୁ କୁହାଯାଇଛି |ମନୁ ମାଓ ସଙ୍ଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହେବ ବୋଲି ମନବଳେଇଥିଲା |ତେଣୁ ଶେଷରେ ପୋଲିସ ପାଖରେ ଆତ୍ମସମର୍ପଣ କରିଛି ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *