10/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସ୍ୱର୍ଗତ ନିହାର ମହାନ୍ତିଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ଜୟପୁର : ଆଜି ରଶିକୋଶିରୋମଣି ମନ୍ଦିର ପ୍ରାଙ୍ଗଣରେ ରହିଥିବା ନୀଳଶୈଳ କଳl ମନ୍ଦିର ଠାରେ ଦିବଂଗତ କଳାକାର ସ୍ୱର୍ଗତ ନିହାର ମହାନ୍ତି ଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା। ଏଥିରେ ଜୟପୁର ସହରର ଶତାଧିକ କଳାକାର ଉପସ୍ଥିତ ରହି ଥିଲେ l ବର୍ଷୀୟାନ କଳାକାର ତଥା ନୀଳଶୈଳର ପୁରୁଖା ସଭ୍ୟ ଶ୍ରୀ ନବକିଶୋର ପାତ୍ର, ସୁଧୀର ସାହୁ ଜୟପୁରର ବରିଷ୍ଠ କଳାକାର ଧିରେନ ମୋହନ ପଟ୍ଟନାୟକ, ବିଜୟ ସାମନ୍ତରାୟ, ଅଭିନେତା ଗୋପାଳ ସାମନ୍ତରାୟ, ଅମର ଆତ୍ମାର ତୈଳ ଚିତ୍ର ଠାରେ ପୁଷ୍ପମାଲ୍ୟ, ଦୀପ ଧୂପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଏଥି ସହିତ ଉପସ୍ଥିତ ସମସ୍ତ କଳାକାର ମାନେ ନିହାରଙ୍କ ତୈଳଚ୍ଚିତ୍ରରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଥିଲେ l ନିହାର ମହାନ୍ତି ଏକାଧାରରେ ଜଣେ ସଂଗୀତ ନିର୍ଦେଶକ,ଗୀତିକାର,ନାଟ୍ୟକାର, ସଂଳାପ ଲେଖକ,ଅଭିନେତା ଓ କବି ଥିଲେ l ସେ ଜଣେ ନିଜେ ଗୋଟିଏ ଅନୁଷ୍ଠାନ ଥିଲେ l ତାଙ୍କଠାରୁ ଅନେକ ଶିଷ୍ୟ ସଂଗୀତ ଶିକ୍ଷା କରି ଆଜି କଳାକାର ରୂପେ ପରିଚିତ l 1995ମସିହାରୁ ନୀଳଶୈଳ କଳା ମନ୍ଦିରର ସଭାପତି ରହିବା ସହ ଶତାଧିକ ଛାତ୍ର ଛାତ୍ରୀଙ୍କୁ ସଂଗୀତ ଓ ବାଦ୍ୟ ଶିକ୍ଷା ପ୍ରଦାନ କରି ଆସୁଥିଲେ l ଆକାଶବାଣୀ ଜୟପୁରରେ music composer ରହି ମୂର୍ଚ୍ଛନା, ନୈବେଦ୍ୟ ଲୋକଗୀତ, ଦେଶିଆ ଗୀତ ସହ ଅନେକ ଗୀତିନାଟ୍ୟରେ ସ୍ୱର ସଂଯୋଜନା କରିଛନ୍ତି। ତାଙ୍କ ରଚିତ ଓ ନିର୍ଦେଶନାରେ ଗୀତିନାଟ୍ୟ ଗୁଡ଼ିକ ହେଲା ଶାମ୍ବ ବିବାହ, ରୁକ୍ମଣୀ ହରଣ,ସୀତା ବିବାହ,, ଲକ୍ଷ୍ମଣ ପ୍ରତିଜ୍ଞା ତଥା ଆହୁରି ଅନେକ ନାଟକ l ଏହି ସଭାରେ ବିଶିଷ୍ଠ ଗାୟିକା ବିଦ୍ୟୁତ ପ୍ରଭା ପଟନାୟକ, କୁନ୍ତୀ ବେହେରା, କମଳାକାନ୍ତ ରଥ, ସନ୍ତୋଷ ଦାଶ, ଉମେଶ ସାମନ୍ତରାୟ,ସୁଧାକର ପଟ୍ଟନାୟକ, ଗୁପ୍ତ ପାଣିଗ୍ରାହୀ, କିଶୋର ତ୍ରିପାଠୀ, ବୁଲୁ ଷଡ଼ଙ୍ଗୀ,ମହମ୍ମଦ ଶାରିଫ,ସୁରେଶ ହୋତା, ଲାଲୁ ମିଶ୍ର, ଧନ ହରିଜନ, ଶ୍ରୀଶାନ୍ତ, ଶୁକମନ ଶଗଡ଼ିଆ,ମନେlଜ ପାତ୍ର, ପ୍ରମୋଦ ରାଉଳ, ଜୟନ୍ତ ସାନ୍ତ୍ରା,ଅରୁଣ ପାଳ, ଲକ୍ଷ୍ମୀ ମିଶ୍ର, ମହେନ୍ଦ୍ର ଅଧିକାରୀ, ଧର୍ମେନ୍ଦ୍ର ଅଧିକାରୀ, କାଉନସିଲର ରବି ସାହୁ,ନୀଳଶୈଳ କଳାମନ୍ଦିରର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l ଛାତ୍ରୀ ପ୍ରଜ୍ଞା ଗୁରୁ ନିହାର ଉଦେଶ୍ୟରେ ଏକ ଭକ୍ତି ସଂଗୀତ ପରିବେଷଣ କରିଥିଲେ l ସ୍ମୃତି ସଭାଟିକୁ ଶଙ୍କର ପ୍ରହରାଜ ପରିଚାଳନା କରିଥିଲେ l

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *