10/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସୁପ୍ରିମକୋର୍ଟରେ ଖୁବ୍ ଶିଘ୍ର ୩ ନୂଆ ଜଜ୍, କଲେଜିୟମ ସୁପାରିଶରେ ବାଜିଲା ରାଷ୍ଟ୍ରପତିଙ୍କ ମୋହର

 ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ଖୁବ୍ ଶୀଘ୍ର ୩ ଜଣ ନୂଆ ଜଜ୍ ଙ୍କୁ ନିଯୁକ୍ତି ମିଳିବ। ଏ ନେଇ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ରାଷ୍ଟ୍ରପତିଙ୍କୁ କରାଯାଇଥିବା ସୁପାରିଶ ଗୁରୁବାର ଗୃହୀତ ହୋଇଛି। ଯେଉଁ ୩ ଜଣ ନୂଆ ଜଜ୍ ଙ୍କୁ ନିଯୁକ୍ତି ଲାଗି ମଞ୍ଜୁରୀ ମିଳିଛି ସେମାନଙ୍କ ମଧ୍ୟରୁ ୨ ଜଣ ଅଲଗା ଅଲଗା ରାଜ୍ୟ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଅଛନ୍ତି। ସେହିପରି ଅନ୍ୟ ଜଣକ ହାଇକୋର୍ଟର ବରିଷ୍ଠ ଜଜ୍ । ଏହି ଜଜ ମାନଙ୍କୁ ଖୁବ୍ ଶୀଘ୍ର ପଦ ଓ ଗୋପନୀୟତାର ଶପଥ ପାଠ କରାଯିବ। ଯେଉଁ ୩ ଜଣ ସୁପ୍ରିମକୋର୍ଟଙ୍କ ନୂଆ ଜଜ୍ ହେବେ ସେମାନଙ୍କ ମଧ୍ୟରେ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏନ.ଭି. ଅଞ୍ଜାରିୟା, ଗୌହାଟୀ ହାଇକୋର୍ଟର ମୁଖ୍ୟବିଚାରପତି ଜଷ୍ଟିସ୍ ବିଜୟ ବିଷ୍ମୋଇ  ଓ ବମ୍ବେ ହାଇକୋର୍ଟଙ୍କ ଜଜ୍ ଜଷ୍ଟିସ ଏ.ଏସ୍.ଚନ୍ଦୁରକର। ଜିଷ୍ଟିସ୍ ବି.ଆର.ଗବଇ ପ୍ରଧାନ ନ୍ୟାୟାଧୀଶ (ସିଜେଆଇ) ନିଯୁକ୍ତ ହେବା ପରେ ମେ୨୬ରେ ଅନୁଷ୍ଠିତ  ୫ ଜଜ୍ ଙ୍କ କଲେଜିୟମ ବିଚାରପତିମାନଙ୍କ ନିଯୁକ୍ତି ନିଷ୍ପତ୍ତି ନେଇଥିଲେ। ଏହି କଲେଜିୟମରେ ଜଷ୍ଟିସ ବି.ଭି. ନାଗରତ୍ନା ନୂଆ କରି ସାମିଲ ହୋଇଥିଲେ। ଏବେ ସୁପ୍ରିମକୋର୍ଟର ସ୍ୱୀକୃତ ୩୪ ଜଣ ଜଜ୍ ଙ୍କ ମଧ୍ୟରୁ ୩ଟି ପଦବୀ ଖାଲି ପଡିଛି। ନୂଆ ନିଯୁକ୍ତି ପରେ ସୁପ୍ରିମକୋର୍ଟ ଜଜ୍ ମାନଙ୍କ ସଂଖ୍ୟା ପୁଣି ୩୪ ହୋଇଯିବ। ତେବେ ଜୁନ ୯ ତାରିଖରେ ଜଷ୍ଟିସ୍ ବେଲା ଏମ. ତ୍ରିବେଦୀ ଅବସର ଗ୍ରହଣ କରିବେ। ତାଙ୍କ ଅବସର ନିମନ୍ତେ ବିଦାୟୀ ବେଞ୍ଚ ଆୟୋଜନ ପୂର୍ବରୁ ଅନୁଷ୍ଠିତ ହୋଇଯାଇଛି। ଜଷ୍ଟିସ୍ ତ୍ରିବେଦୀଙ୍କ ଅବସର ଗ୍ରହଣ ପରେ ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା  ୩୩ ହୋଇଯିବ। 

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *