10/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ସରକାରୀ ଚାକିରି ପାଇଁ ବୟସ ସୀମା ୩୨ ରୁ ୪୨ ବର୍ଷକୁ ବଢିଲା

ଭୁବନେଶ୍ୱର: ସରକାରୀ ଚାକିରି ନେଇ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ସରକାରୀ ଚାକିରି କ୍ଷେତ୍ରରେ ପ୍ରବେଶ ନିମନ୍ତେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ସରକାରୀ ଚାକିରି ପାଇଁ ବୟସ ସୀମା ବୃଦ୍ଧି । ୩୨ରୁ ୪୨କୁ ବୃଦ୍ଧି କରାଗଲା ସରକାରୀ ଚାକିରି ପାଇଁ ବୟସ ସୀମା । ରାଜ୍ୟ କ୍ୟାବିନେଟରେ ୫ଟି ଗୁରୁତ୍ବପୂର୍ଣ୍ଣ  ପ୍ରସ୍ତାବ ଉପରେ ବାଜିଲା ମୋହର । ପ୍ରଥମ ପ୍ରସ୍ତାବ ଭାବେ ରାଜ୍ୟରେ ଏଆଇ ମିଶନ୍ ଓ ଏଆଇ ସେଲ ଲାଗୁ ହେବ । ଏଆଇ କ୍ଷେତ୍ରରେ ସ୍ଟାଟପକୁ ପ୍ରୋତ୍ସାହନ ଦିଆଯିବ। ଯୋରନ୍ଦାରେ ମହିମା ଗାଦି ନିର୍ମାଣ କରାଯିବ । ଏଥିପାଇଁ ୧୭୧ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ୩୬ ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ । ଜଗତସିଂହପୁରରେ ଥିବା JSW ନିର୍ମାଣ କରିବ ନିଜସ୍ୱ ଜେଟି । ଏଥିପାଇଁ ରାଜ୍ୟ ସରକାର ଓ JSW ମଧ୍ୟରେ ଚୁକ୍ତିନାମାକୁ ଅନୁମୋଦନ କଲା କ୍ୟାବିନେଟ । ୩୪୫୦ ଲୋକଙ୍କୁ ନିଯୁକ୍ତି ମିଳିବ। ଓଡିଶା ଚକ୍ଷୁ ସେବା ପାଇଁ ପାଇଁ ୧୪୧ଟି ନୂଆ ପଦବୀ ସୃଷ୍ଟି ହେବ ଓ ପଦୋନ୍ନତୀ ଭିତରେ ୨୦୦ଟି ପଦବୀ କରାଯାଇଛି । 

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *