10/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ରଜ ଏକ ବିଜ୍ଞାନ ସମ୍ମତ ପର୍ବ: ପ୍ରଫେସର ପ୍ରଧାନ

ଜୟପୁର, ୧୫/୬ : ରଜ ଏକ ବିଜ୍ଞାନ ସମ୍ମତ ପର୍ବ । ଏହା ଯେ ଓଡ଼ିଆ ମାନେ ଅତୀତରୁ ଅନ୍ଧ ଭାବେ ପାଳନ କରୁଥିଲେ ତାହା ନୁହଁ, ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିଲେ ଏହା ସୃଷ୍ଟି ଏବଂ ଏହାର ସଂରଚନା ପାଇଁ ଆବଶ୍ୟକ କୃଷି କାର୍ଯ୍ୟ ଆରମ୍ଭ ନିମିତ୍ତ ଅତ୍ୟନ୍ତ ଉପାଦେୟ । ଏହି ପର୍ବ ଠାରୁ ହିଁ ପ୍ରତି ବର୍ଷ ପୃଥିବୀ ପୃଷ୍ଠକୁ ଜଳ ଆସେ ଓ କୃଷି କାର୍ଯ୍ୟ ଆରମ୍ଭ ହୋଇଥାଏ । ଯଦି କହିବା ରଜ ଭଳି ଓଡ଼ିଆଙ୍କ ପ୍ରତିଟି ପର୍ବ ପାଳନ ପଛରେ ରହିଛି ବୈଜ୍ଞାନିକ ସିଦ୍ଧାନ୍ତ ବୋଲି କହିଛନ୍ତି ବିକ୍ରମ ଦେବ ବିଶ୍ଵବିଦ୍ୟାଳୟର ପ୍ରଫେସର ମନୋ ରଞ୍ଜନ ପ୍ରଧାନ । ଜୟପୁର ରଜ ମଉଜ ଉତ୍ସବ କମିଟି ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଡ. ପ୍ରଧାନ କହିଛନ୍ତି ଯେ, ଓଡ଼ିଆ ଭାଷା, ପରମ୍ପରା ଏବଂ ଐତିହ ଅତି ପ୍ରାଚୀନ, ଯାହାକୁ ଏବେ ବିଶ୍ଵ ଅନୁକରଣ କରୁଛି। ସୁରେଶ ଦାସଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ରୂପେ ଦେବେନ୍ଦ୍ର ବାହିନୀପତି ଯୋଗ ଦେଇଥିବା ବେଳେ ଅନ୍ୟତମ ବକ୍ତା ଭାବେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ରାଜେନ୍ଦ୍ର କୁମାର ଗୌଡ଼ କହିଥିଲେ ଯେ, ଯେଉଁ ରାଷ୍ଟ୍ର ନିଜ ମାତୃଭାଷାକୁ ଗୁରୁତ୍ବ ଦେଇଛନ୍ତି ସେମାନେ ଏବେ ବିଶ୍ଵ ନିୟଂତା । ଚୀନ୍, ଜର୍ମାନୀ, ତୁର୍କୀ ଏବଂ ଇଜ୍ରାଇଲ୍ ଭଳି ରାଷ୍ଟ୍ର ଇଂରାଜୀ ଭାଷା ପଛରେ ନ ପଡ଼ି ନିଜ ମାତୃଭାଷାକୁ ଗୁରୁତ୍ବ ଦେଇ ଏବେ ସବୁ କ୍ଷେତ୍ରରେ ଆଗରେ, କିନ୍ତୁ ଆମେ ଇଂରାଜୀକୁ ଆପଣାଇ ପଛରେ, ବିଳମ୍ବରେ ହେଲେ ମଧ୍ୟ ଆମ ଜାତୀୟ ଶିକ୍ଷାନୀତି ଏବେ ମାତୃଭାଷାକୁ ଗୁରୁତ୍ବ ଦେଇଛି । ତେଣୁ ଯଦି ଆମେ ସଚେତନ ହେବା ତେବେ ଆଗାମୀ ଦିନରେ ଭାରତ ବିଶ୍ଵଗୁରୁ ହେବା ଥୟ ବୋଲି ସେ କହିଛନ୍ତି । “ଓଡ଼ିଆ ଭାଷା, ସଂସ୍କୃତି, ପିଠା, ପଣା ର ସୁରକ୍ଷା ଆମ କର୍ତ୍ତବ୍ୟ” ବିଷୟ ଉପରେ ଆଲୋଚନ କରି ଶିକ୍ଷାବିତ୍ ଡ. ରାଜେନ୍ଦ୍ର ପାଢ଼ୀ, ଅନୁଷ୍ଠାନର ସଭାପତି ଇଞ୍ଜିନିୟର ଅନିଲ ପାଣିଗ୍ରାହି ନିଜ ମତ ରଖିଲେ । ଅନୁଷ୍ଠାନର ସମ୍ପାଦକ ଚନ୍ଦ୍ରମଣି ବାରିକ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ବାରିକ ସ୍ୱାଗତ ଭାଷଣ ସହ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ କବିତା ପାଠ କରଯାଇଥିଲା l ଏହାକୁ ଅଶୋକ ମହାନ୍ତି ସଂଯୋଜନା କରିଥିଲେ ।

ଏଥିରେ ମୁଦିରଥ ହୋତା, କୃଷ୍ଣ ହୋତା, ସୁଧାଂଶୁ ପଟ୍ଟନାୟକ, ଜାନକୀ ପାଣିଗ୍ରାହୀ, ମଦନ ମୋହନ ନାୟକ, ଶ୍ରୀନାଥ ମିଶ୍ର, ସୁଧୀର ସାହୁ, ରଞ୍ଜିତ ପଟ୍ଟନାୟକ, କୈଳାସ ସାମନ୍ତରାୟ, ପରମେଶ୍ବର ପାତ୍ର ପ୍ରମୁଖ ଭାଗ ନେଇଥିବା ତାପସ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ । ଦିନସାରା ଚାଲିଥିବା ଏହି କାର୍ଯ୍ୟକ୍ରମରେ ବହୁ ମହିଳା ଯୋଗ ଦେଇ ପିଠା ଓ ଝୋଟି ଚିତ୍ର ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ସଂଧ୍ୟାର ମୁଖ୍ୟ କାର୍ଯ୍ଯକ୍ରମରେ ସମ୍ବର୍ଦ୍ଧିତ କରାଯିବ ବୋଲି ଅନୁଷ୍ଠାନର ଯୁଗ୍ମ ସମ୍ପାଦକ ଭାଗି ମହାନ୍ତି ଜଣାଇଛନ୍ତି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *