ମାଲକାନଗିରି ଡାକ୍ତରଖାନାର ଆଉ ଏକ ସଫଳତା…
ମାଲକାନଗିରି : ମାଲକାନଗିରି ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସାର ଧିରେ ଧିରେ ପରିବର୍ତ୍ତନ ହେବାକୁ ଲାଗିଛି । ଦିନ ଥିଲା ମାଲକାନଗିରି ଡାକ୍ତରଖାନାର ଡାକ୍ତର ମାନଙ୍କ ପ୍ରତି ଲୋକଙ୍କ ଆସ୍ଥା ରଖୁନଥିଲେ।ଯେକୌଣସି ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ପାଇଁ ପଡୋଶୀ ଆନ୍ଧ୍ରପ୍ରଦେଶର ଭିଶାଖାପାଟଣା ଯିବାକୁ ପସନ୍ଦ କରୁଥିଲେ ।
କିନ୍ତୁ ଯେବେଠାରୁ ନୂତନ ଡାକ୍ତରଖାନା ଉଦଘାଟନ ହୋଇଛି। ସେବେଠାରୁ ଜିଲ୍ଲାରେ ଚିକିତ୍ସାର ମାନ ବଢିଛି।ଦିନ କେଇଟା ପୂର୍ବରୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାଃ ସପନ ଡିଣ୍ଡା ଓ ଟିମ ଜଣେ ରୋଗର ଅପରେସନ କରି ମୂତ୍ରାଶୟରୁ ଏକ ପଥର କାଢିବାରେ ସଫଳ ହେବା ଖବର ସାମନାକୁ ଆସିଥିଲା ।
ସୋମବାର ଦିନ ପୁଣି ମାଲକାନଗିରି ଡାକ୍ତର ଜିଲ୍ଲାର ଟେକ ରଖିଛନ୍ତି । ମାଲକାନଗିରି ଜିଲ୍ଲା ଚାଲାଣଗୁଡାର ରାମ ଦୁରୁଆଙ୍କ ଝିଅ ପ୍ରମିଳା ଦୁରୁଆ(୨୦)ଙ୍କ ଗର୍ଭାଶୟର ଅପରେସନ କରି ୯ କେଜିର ଟ୍ୟୁମର କାଢି ଜିଲ୍ଲାରେ ଚିକିତ୍ସା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ଛିଡା କରିଛନ୍ତି ।ଏହି ଅପରେସନ ଦୀର୍ଘ ୨ ଘଣ୍ଟା ଧରି ଚାଲିଥିବା ବେଳେ ଡାଃ ସପନ ଡିଣ୍ଡାଙ୍କ ନେତୃତ୍ୱରେ ଏହି ଅପରେସନ କରାଯାଇଥିଲା।ଡାଃ ଅନ୍ନପୂର୍ଣ୍ଣା ମାହାନା , ନିସ୍ତେଜକ ଡାଃ ନିହାର ତ୍ରିପାଠୀ ଓ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ । ଡାଃ ଡିଣ୍ଡାଙ୍କ କହିବାନୁଯାୟୀ ମାଲକାନଗିରି ଜିଲ୍ଲାରେ ଏବେ ସମସ୍ତ ରୋଗର ଉପଚାର ହୋଇପାରିବ ।ଏହି ସଫଳ ଅପରେସନ ପାଇଁ ଜିଲ୍ଲାର ବୁଦ୍ଧିଜୀବୀମାନେ ପ୍ରଶଂସା କରିଛନ୍ତି |
ମାଲକାନଗିରିରୁ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ