09/19/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମାଥିଲିରେ ଗୁଳିକାଣ୍ଡ ଦିବସ ପାଳିତ

ମାଲକାନଗିରି (ସଖପ୍ର): 1942 ମସିହାର ଅଗଷ୍ଟ 21 ତାରିଖରେ ଦେଶ ପାଇଁ ବଳିଦାନ ଦେଇଥିବା ସଂଗ୍ରାମୀମାନଙ୍କ ସ୍ମୃତିରେ ଗୁରୁବାର ମାଲକାନଗିରି ଜିଲ୍ଲାର ମାଥିଲିରେ ଗୁଳିକାଣ୍ଡ ଦିବସ ପାଳନ କରାଗଲା। ସ୍ଥାନୀୟ ଲକ୍ଷ୍ମଣ ନାୟକ ଶହୀଦ ଭବନରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଗଲା। ପରେ ବିରାଟ ଶୋଭାଯାତ୍ରା ବାହାରି ମାଥିଲି ଥାନାରେ ମିନାର ପାଖରେ ପୁଷ୍ପମାଲ୍ୟ ଅର୍ପଣ କରାଗଲା। ଅନୁଷ୍ଠାନରେ ଚିତ୍ରକୋଣ୍ଡା ବିଧାୟକ ମଂଗୁ ଖିଲ, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, CPI ନେତା ହଳଧର ପୂଜାରୀ, ବ୍ଲକ୍ ଅଧ୍ୟକ୍ଷ ମହେଶ କୁମାର ବାକା, ପୂର୍ବତନ ବିଧାୟକ ଡମ୍ବୁରୁ ସୀସା, ପୂର୍ବତନ ବିଧାୟକ ପୁର୍ଣ୍ଣଚନ୍ଦ୍ର ବାକା, ବିଡିଓ ପ୍ରମୋଦ କୁମାର ବେହେରା, ଏବିଡିଓ ସୁରଜ କୁମାର ପ୍ରଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସ୍ମୃତି ରଞ୍ଜନ, ସମାଜସେବୀ କୁନାଲ ମିଶ୍ର,ସରପଞ୍ଚ କାନମ ରାଜୁ ନାୟକ, ମହିଳା ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ନାୟକ, ମାଲକାନାଗିରି ବିଧାୟକ ପ୍ରତିନିଧି ନିହାର ରାଏ, ମାଥିଲି ସାଂସଦ ପ୍ରତିନିଧି ବନମାଳି ବରଜା,ଡମ୍ବୁରୁ ବାଘ୍,ସହିତ ସହିଦ ପରିବାରମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଅତିଥିମାନେ ସଂଗ୍ରାମୀଙ୍କ ବଳିଦାନ ଉପରେ ଆଲୋଚନା କରି କହିଥିଲେ ଯେ, ସେମାନଙ୍କର ସାହସ ଓ ତ୍ୟାଗ ଚିରସ୍ମରଣୀୟ ରହିବ। ଏହି କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ସାମାଜିକ କର୍ମୀ, ଓ ବିଦ୍ୟାଳୟ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।ଇତିହାସ ଅନୁଯାୟୀ, 1942 ଅଗଷ୍ଟ 21 ତାରିଖରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ଡାକରେ ସଂଗ୍ରାମୀମାନେ ମାଥିଲି ଥାନାରେ ପତାକା ଉତ୍ତୋଳନ କରୁଥିବାବେଳେ ଇଂରାଜମାନେ ଗୁଳି ଚାଳନା କରିଥିଲେ। ଏହି ଗୁଳିକାଣ୍ଡରେ ବହୁ ସଂଗ୍ରାମୀ ସ୍ଥଳୀରେ ଟଳି ପଡ଼ିଥିଲେ ଓ ଦେଶ ସ୍ୱାଧୀନତା ପାଇଁ ନିଜ ଜୀବନ ବଳିଦାନ କରିଥିଲେ। ମାଥିଲିରେ ଗୁଳିକାଣ୍ଡ ଦିବସ ପାଳନ 1942 ଅଗଷ୍ଟ 21 ରେ ମାଥିଲିରେ ସ୍ୱାଧୀନତା ପାଇଁ ନିର୍ଭୀକ ସଂଗ୍ରାମୀମାନେ ଦେଶକୁ ଜୀବନ ଦାନ କରିଥିଲେ। ଆଜି ସେହି ବଳିଦାନୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଗୁଳିକାଣ୍ଡ ଦିବସ ପାଳନ କରାଗଲା।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *