10/22/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମନେରେଗା କାମ ସମୟରେ ଟଳି ପଡିଲେ ନିୟୋଜିତ ଶ୍ରମିକ

ମାଲକାନଗିରି (ସ.ଖ.ପ୍ର ):ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଟିଗଲ ପଂଚାୟତ ଏମ ପି ଭି -୬୫ ଗ୍ରାମରେ ଏକ ଅଘଟଣ ଘଟିଯାଇଛି |ସେହି ଗ୍ରାମର ନିରଞ୍ଜନ ମଣ୍ଡଳଙ୍କ ପୁଅ ନିତାଇ ମଣ୍ଡଳ ସେହି ଗ୍ରାମ ପାଖରେ ହେଉଥିବା ମନେରେଗା କାମରେ ନିୟୋଜିତ ଥିଲେ |କିଛି ସମୟ ପରେ ତାଙ୍କୁ ଶୋଷ ଲାଗିବାରୁ ପାଣି ମାଗି ପିଇଲେ |ପାଣି ପିଇବା ପରେ ତାଙ୍କ ଛାତି କାଟିଲା, ସେଇଠାରେ ହିଁ ପଡିଗଲେ |ସେଠାରେ ଥିବା ଲୋକେ ତାଙ୍କୁ କାଲିମେଳା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ |ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ |ଖବର ପାଇଁ ଏମ ଭି -୭୯ ର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଲା ପରେ ଶବ ବ୍ୟବଛେଦ ହୋଇଥିଲା |ବ୍ୟବଛେଦ ପରେ ତାର ମୃତ ଶରୀରକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା | ତାର ପରିବାରକୁ ସରକାରୀ ସହାୟତା ଦେବାକୁ ଗାଁ ଲୋକେ ଦାବି କରିଛନ୍ତି | ମାଲକାନଗିରି (ସ.ଖ.ପ୍ର ):ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଟିଗଲ ପଂଚାୟତ ଏମ ପି ଭି -୬୫ ଗ୍ରାମରେ ଏକ ଅଘଟଣ ଘଟିଯାଇଛି |ସେହି ଗ୍ରାମର ନିରଞ୍ଜନ ମଣ୍ଡଳଙ୍କ ପୁଅ ନିତାଇ ମଣ୍ଡଳ ସେହି ଗ୍ରାମ ପାଖରେ ହେଉଥିବା ମନେରଗା କାମରେ ନିୟୋଜିତ ଥିଲେ |କିଛି ସମୟ ପରେ ତାଙ୍କୁ ଶୋଷ ଲାଗିବାରୁ ପାଣି ମାଗି ପିଇଲେ |ପାଣି ପିଇବା ପରେ ତାଙ୍କ ଛାତି କାଟିଲା, ସେଇଠାରେ ହିଁ ପଡିଗଲେ |ସେଠାରେ ଥିବା ଲୋକେ ତାଙ୍କୁ କାଲିମେଳା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ |ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ |ଖବର ପାଇଁ ଏମ ଭି -୭୯ ର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଲା ପରେ ଶବ ବ୍ୟବଛେଦ ହୋଇଥିଲା |ବ୍ୟବଛେଦ ପରେ ତାର ମୃତ ଶରୀରକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା | ତାର ପରିବାରକୁ ସରକାରୀ ସହାୟତା ଦେବାକୁ ଗାଁ ଲୋକେ ଦାବି କରିଛନ୍ତି |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *