09/21/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବନବିଭାଗ ବିଶାଳକାୟ ଅଜଗର ସାପ ଉଦ୍ଧାର କରି ଜଙ୍ଗଲରେ ଛାଡିଲା

ମାଲକାନଗିରି(ସ.ଖ.ପ୍ର ) :ବାରମ୍ବାର ଜିଲ୍ଲାରେ ଜନ ବସତି ମୁହାଁ ହେଉଛନ୍ତି ଅଜଗର, ଅହିରାଜ ଓ ଅନ୍ୟ ବିଷଧର ସାପ । ଏବେ ଏକ ଅଜଗର ମାଲକାନଗିରି ଜିଲ୍ଲାର ପରଜାଗୁଡାରେ ବୁଲୁଥିବା ଦେଖିବାକୁ ମିଳିଥିଲା । ଅଜଗରଟି ଗୋଟିଏ ଘର ନିକଟରେ ଥିବା ବେଳେ ଏହାକୁ ସ୍ଥାନୀୟ ଲୋକେ ଦେଖି ବନ ବିଭାଗ ଓ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ । ତୁରନ୍ତ ବନ ବିଭାଗର କର୍ମଚାରୀ ଓ ସ୍ନେକ ହେଲ୍ପ ଲାଇନର ସଦସ୍ୟ ପରଜାଗୁଡା ଗ୍ରାମରେ ପହଁଚି ସାପଟିକୁ ଉଦ୍ଧାର କରିଥିଲେ । ସାପଟି ବିଶାଳକାୟ ହୋଇଥିବାରୁ ଲୋକେ ଦେଖି ଭୟଭୀତ ହୋଇପଡିଥିଲେ |ଏହାର ଲମ୍ବ ପ୍ରାୟ ୧୨ ଫୁଟ ଏବଂ ଓଜନ ପ୍ରାୟ ୨୦ କେଜିରୁ ଉର୍ଦ୍ଧ୍ବ ବୋଲି ସୂଚନା ମିଳିଛି । ଖାଦ୍ୟ ଅନ୍ୱେଷଣରେ ସାପ ଗୁଡିକ ଜନ ବସତି ମୁହାଁ ହେଉଥିବା ବେଳେ ଉଦ୍ଧାର ହୋଇଥିବା ସାପଟିକୁ ବନବିଭାଗ କର୍ମଚାରୀ ତାକୁ ନେଇ ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିଲେ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *