10/24/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପୋଲିସ କର୍ମଚାରୀ କରୁଛନ୍ତି ଗଞ୍ଜେଇ ଚାଲାଣ


ମାଲକାନଗିରି (ସଖପ୍ର): ମାଲକାନଗିରି ପୋଲିସ କରୁଛି ଗଞ୍ଜେଇ ଚାଲାଣ |ଗାଡି ଉପରେ ବୋଇତାଳୁ ଏବଂ କଷି ପଣସ ଭର୍ତ୍ତି କରି ଭିତରେ ଗଞ୍ଜେଇ ନେଇ ଅଭିନବ ଉପାୟରେ ଚୋରା ଚାଲାଣ ହେଉଥିବା ବେଳେ ଜିଲ୍ଲା ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା। ମାଲକାନଗିରି ଅବକାରୀ ବିଭାଗ ଗଂଜେଇ ଜବତ କରିବା ସହ କିପରି ପୋଲିସ ଗଂଜେଇ ବେପାରରେ ସାମିଲ ରହିଛି, ତାହାର ମଧ୍ୟ ପର୍ଦାଫାସ କରିଛି। ଖାକି ପୋଷାକରେ ଲାଗିଛି କଳଙ୍କର ଦାଗ। ଗଂଜେଇ ଚାଲାଣ କରୁଥିବା ଜଣେ ପୋଲିସ କନେଷ୍ଟବଳକୁ ଗିରଫ କରିଛନ୍ତି ଅବକାରୀ କର୍ମଚାରୀମାନେ। ମାଲକାନଗିରି ଅବକାରୀ ବିଭାଗ ଏକ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ଥିଲା ଯେ ଚିତ୍ରକୋଣ୍ଡା ଅଂଚଳରୁ ଏକ ପିକ୍ଅପ୍‌ ଭ୍ୟାନ୍‌ରେ ଗଂଜେଇ ଚୋରା ଚାଲାଣ ହେଉଛି। ଫଳରେ ଅବକାରୀ ଅଧିକ୍ଷକ ଅଶୋକ କୁମାର ସେଠଙ୍କ ନେତୃତ୍ବରେ କର୍ମଚାରୀମାନେ ତିନି ଗୋଟି ଦଳରେ ବିଭକ୍ତ ହୋଇ ତିନିଗୋଟି ରାସ୍ତାରେ ଛକି ରହିଲେ। ବାଲିମେଳା-ମାଲକାନଗିରି ରାସ୍ତାରେ ଏକ ପିକ୍ଅପ୍‌ ଭ୍ୟାନ୍‌ ଦ୍ରୁତ ଗତିରେ ଆସୁଥିବା ଅବକାରୀ ଅଧିକ୍ଷକ ଶ୍ରୀ ସେଠ ଦେଖିବାକୁ ପାଇଥିଲେ। ପିକ୍ଅପ୍‌ ଭ୍ୟାନ୍‌କୁ ଅଟକାଇବାରୁ ଏହା ଅବକାରୀ ଅଧିକ୍ଷକଙ୍କ ଗାଡିକୁ ଧକ୍କା ଦେଇ ମାଲକାନଗିରି ପଟେ ଯାଉଥିଲା
ତେବେ କୋରୁକୋଣ୍ଡା ନିକଟରେ ପିକ୍ଅପ୍‌ ଭ୍ୟାନ୍‌ଟିକୁ ଅବକାରୀ କର୍ମଚାରୀମାନେ ଅଟକାଇଥିଲେ |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *