ଦୋରାଗୁଡ଼ା ପୋଲିସ ଅମାନିଆ ଲୋକଙ୍କୁ ସାବାଡ଼ କଲା,କାଟିଲା ଫାଇନ୍, ପିନ୍ଧାଇଲା ମାସ୍କ

ରାୟଗଡା ଜ଼ିଲ୍ଲା 🙁 ପ୍ରତିନିଧି ଅମୁଲ୍ୟ ନିଶଙ୍କ) ରାୟଗଡା ଜ଼ିଲ୍ଲା ଅନ୍ତର୍ଗତ ଦୋରାଗୁଡ଼ାରେ ମାସ୍କ ପିନ୍ଧୁ ନଥିବା ଲୋକ ସାବଧାନ । କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ପୋଲିସ । ସରକାରଙ୍କ ନିର୍ଦ୍ଦେଶ ମାନିବା ସହ ନିଜେ ସୁରକ୍ଷିତ ରୁହନ୍ତୁ ଅନ୍ୟକୁ ସୁରକ୍ଷିତ ରଖିବାରେ ସହଯୋଗ କରନ୍ତୁ ।
ଦୋରାଗୁଡ଼ା ଥାନା ଅନ୍ତର୍ଗତ ନୂଆପଡ଼ା ଛକରେ ଆଜି କାଶିପୁର ତହସିଲଦାରଙ୍କ ଉପସ୍ଥିତିରେ ଦୋରାଗୁଡ଼ା ପୋଲିସ ନିୟମ ଉଲଂଘନ କାରୀଙ୍କ ଠାରୁ ୩୫୦୦ ଟଙ୍କା ଆଦାୟ କରିଛନ୍ତି । ପ୍ରଶାସନର ପରାମର୍ଶ ଓ ତାଗିଦ ସତ୍ୱେ ବିନା ମାସ୍କରେ କିଛି ଲୋକ ବଜାରକୁ ଆସୁଥିବା ସୂଚନା ରହିଥିଲା । ଫଳରେ ନିୟମ ଉଲଘଂନ କାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣା ପଡିଛି ।
ଆଜି ଦିନକ ମଧ୍ୟରେ ଟିକିରି ନୂଆପଡ଼ା ଅଞ୍ଚଳରେ ୩୫୦୦ ଟଙ୍କା ଆଦାୟ ହୋଇଥିବା ଦୋରାଗୁଡ଼ା ଥାନା ଅଧିକାରୀ ଶ୍ରୀ କୃଷ୍ଣ ଚନ୍ଦ୍ର ଭତ୍ରା ସୂଚନା ଦେଇଛନ୍ତି । ଏହାସହ ସେ ବାହାରକୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କୁ ମାସ୍କ୍ ପିନ୍ଧିବା ପାଇଁ ପରାମର୍ଶ ଦେଇଥିଲେ । କରୋନା ଭାଇରସର ଗୋଷ୍ଠୀ ସଂକ୍ରମଣ ରୋକିବାରେ ମାସ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ , ତେଣୁ ଏହାକୁ ଗୁରୁତ୍ବ ଦେବାକୁ କହିଥିଲେ । ଯେଉଁ ମାନଙ୍କ ପାଖରେ ମାସ୍କ ନଥିଲା ସେମାନଙ୍କୁ ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ ମାସ୍କ୍ ଫ୍ରିରେ ବଣ୍ଟନ କରିଥିବା ଥାନାଧିକାରୀ ଶ୍ରୀଯୁକ୍ତ ଭାତ୍ରା ସୂଚନା ଦେଇଛନ୍ତି ।
