ଜୟପୁର ସ୍ଥାନୀୟ ଶାରଦା ବିହାରସ୍ଥିତ ସରସ୍ବତୀ ବିଦ୍ୟା ମନ୍ଦିରରେ ସଂସ୍କୃତ ଦିବସ ପାଳିତ

ଜୟପୁର (ସଖପ୍ର): ସ୍ଥାନୀୟ ଶାରଦା ବିହାରସ୍ଥିତ ସରସ୍ବତୀ ବିଦ୍ୟା ମନ୍ଦିର ସାଂସ୍କୃତିକ ମଣ୍ଡପରେ ସଂସ୍କୃତ ଦିବସ ମହୋତ୍ସବ , ନିଖିଳୋତ୍କଳ ସଂସ୍କୃତ ମହାସଂଘ, କୋରାପୁଟଶାଖା ଆନୁକୂଲ୍ୟରେ ପାଳିତ ହୋଇଯାଇଛି। ଏହା ସଂସ୍କୃତ ଭାଷାର ଏକ ଅନନ୍ୟ କାର୍ଯ୍ୟକ୍ରମ । ବେଦପାଠ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । କୋରାପୁଟ ଜିଲ୍ଲାର ଜଣାଶୁଣା ସଂସ୍କୃତ ଆଚାର୍ଯ୍ୟ ଓ ବିଶାରଦ ମାନେ ଏଥିରେ ଯୋଗ ଦେଇଥିଲେ । ପଣ୍ଡିତ ଶ୍ରୀ ମନୋରଞ୍ଜନ ଦାଶ ଅତିଥି ପରିଚୟ କରାଇଥିଲେ ।ଶ୍ରୀ ରାମଚନ୍ଦ୍ର ନାହାକ (D.E.O.) କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଥିଲେ । ଶ୍ରୀ ରତିକାନ୍ତ ଦାଶ ସାରସ୍ୱତ ବକ୍ତୃତା ପ୍ରଦାନ, ସଂସ୍କୃତ ସଂଘର ସମ୍ପାଦକ ପଣ୍ଡିତ ଶ୍ରୀ ଜ୍ୟୋତିରଞ୍ଜନ ନନ୍ଦ ବିବରଣୀ ପାଠ ଓ ଶ୍ରୀ ମନୋଜ କୁମାର ମିଶ୍ର ବ୍ୟକ୍ତିଗତ ଗୀତ ଗାନ କରିଥିଲେ । ସମ୍ମାନୀତ ଅତିଥି ଭାବେ ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପ୍ରସନ୍ନ କୁମାର ବସ୍ତିଆ ଉପସ୍ଥିତ ରହିବା ସହ ଡ଼ଃ ଶ୍ରୀ ଗଙ୍ଗାଧର ନନ୍ଦ, ସଂସ୍କୃତି ସଂସ୍କୃତ ଗବେଷକ ମୂଖ୍ୟ ବକ୍ତା ଭାବେ ଯୋଗଦେଇ ଅଭିଭାଷଣ ପ୍ରଦାନ କରିଥିଲେ । ମାନନୀୟା ସୁନନ୍ଦା ଆଚାର୍ଯ୍ୟ , ଶ୍ରୀ ସୂର୍ଯ୍ୟ ନାରାୟଣ ସାବତ ଏବଂ ଶଙ୍କର ପ୍ରହରାଜଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ପରିଶେଷରେ ବିଦ୍ୟାଳୟର ଗୁରୁମାମାନେ ସାମୁହିକ ସଂଗୀତ ଗାନ କରି ପ୍ରେରଣା ଭରି ଦେଇଥିଲେ । ଶ୍ରୀ କୁମାର ଚନ୍ଦ୍ର ମିଶ୍ର, ଡ଼ଃ ବିପିନ ବିହାରୀ ଶତପଥୀ ଏବଂ ପଣ୍ଡିତ ଗୋଦାବରୀଶ ଦାସ ଅନଲାଇନ ମାଧ୍ୟମରେ କାର୍ଯ୍ୟକ୍ରମରେ ସ୍ବମତ ରଖି ପ୍ରେରଣା ଦେଇଥିଲେ । ଅଧ୍ୟକ୍ଷ ଭାବେ ରଞ୍ଜନ କୁମାର ପଣ୍ଡା ଅଭିଭାଷଣ ଦେଇଥିଲେ ଏବଂ ଶ୍ରୀମତୀ ସୁଭସ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ପଣ୍ଡିତ ଶ୍ରୀ ପ୍ରକାଶ ମହାଭାଗ ଶାନ୍ତି ପାଠ କରିଥିଲେ । କାର୍ଯ୍ୟକ୍ରମର ସଫଳତାରେ ଗୁରୁଜୀ,ଗୁରୁମା, ସାମ୍ବାଦିକମାନେ ସହଯୋଗ କରିଥିଲେ । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ପଣ୍ଡିତ ଶ୍ରୀ ନାରାୟଣ ସାହୁ ପରିଚାଳନା କରିଥିଲେ। ତା ସହିତ ସମସ୍ତ ସଂସ୍କୃତ ଶିକ୍ଷକ ଏକତ୍ରୀତ ହେଲେ ଏହି ଭାଷାର ସୁରକ୍ଷା କରିହେବ ଏବଂ ଆଗାମୀ କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ସଫଳତା ହାସଲ କରିବ ବୋଲି ଅନଲାଇନ ମାଧ୍ୟମରେ ଉପସ୍ଥିତ ରହିଥିବା ଅତିଥି ମାନେ ମତ ଦେଇଥିଲେ।
କୋରାପୁଟଜିଲ୍ଲା ପ୍ରତିନିଧି ଗଜେନ୍ଦ୍ର କୁମାର ସାହୁ