ଜୟପୁର ମିଡ଼ିଆ ଆସୋସିଏସନ ତରଫରୁ ଚୀନ ସୀମାରେ ସହୀଦ ହୋଇଥିବା ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

କୋରାପୁଟଜିଲ୍ଲା/ଜୟପୁର (ସଖପ୍ର) : ଆଜି ଜୟପୁର ମିଡିଆ ଆସୋସିଏସନ ତରଫରୁ ପାରାବେଡା ଟ୍ରାଫିକଛକ ଠାରେ ଚୀନ ସୀମାରେ ସହିଦ ହୋଇଥିବା ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଜୟପୁର ମିଡ଼ିଆ ଆସୋସିଏସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚୀନରେ ଉତ୍ପାଦନ ହେଉଥିବା ସାମଗ୍ରୀକୁ ବର୍ଜନ କରିବା ସହିତ ସ୍ବଦେଶୀ ସାମଗ୍ରୀ ବ୍ୟବହାର ପାଇଁ ଜନସାଧାରଣଙ୍କୁ ଆହ୍ୱାନ କରାଯାଇଛି । ପଛପଟୁ ଆକ୍ରମଣ କରିଥିବା ଚୀନ ସେନାକୁ କଡା ଜବାବ ଦେଇ ସହିଦ ହୋଇଥିବା ଭାରତୀୟ ଯବାନଙ୍କ ବୀରତ୍ୱ ଇତିହାସରେ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହେବ ବୋଲି ଆସୋସିଏସନର ସଭାପତି ସୁମନ୍ତ ସାହୁ କହିଛନ୍ତି । କେବଳ ଯେ ସୀମାରେ ଆମ ଯବାନ ଲଢ଼ିବେ ତାହା ନୁହଁ ବରଂ ଦେଶବାସୀ ମଧ୍ୟ ଚାଇନା ଦ୍ରବ୍ୟ ବର୍ଜନ କରି ଉଚିତ ଜବାବ ଦେବାକୁ ହେବ ବୋଲି ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ବିଶୋଇ କହିଛନ୍ତି । ସେମାନଙ୍କ ମନୋବଳ ବଢାଇବା ସହିତ ସହିଦ ଯବାନଙ୍କ ପରିବାର ସହିତ ଆମକୁ ଠିଆ ହେବାକୁ ଯୁଗ୍ମ ସମ୍ପାଦକ ମନୋହର ତ୍ରିପାଠୀ ଆହ୍ୱାନ ଦେଇଛନ୍ତି । ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଆସୋସିଏସନର ଉପଦେଷ୍ଟା ଚନ୍ଦ୍ରକାନ୍ତ ସୁତାର, କେ ଶ୍ରୀନିବାସ ରାଓ, ଉପସଭାପତି ସୌମ୍ୟରଂଜନ ସାହୁ, ଯୁଗ୍ମ ସଂପାଦକ ସୁରେନ୍ଦ୍ର ମିଶ୍ର, ସୀମାଦ୍ରୀ ଶ୍ରୀନିବାସ, ମନୋଜ ଦାସ, ସନ୍ତୋଷ ମିଶ୍ର, ସଂପାଦକ ଚିତ୍ତ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।