ଜୟପୁର ଗ୍ଲୋକାଲ ହସ୍ପିଟାଲ କୋଭିଡ ହସ୍ପିଟାଲରେ ପରିଣତ ହେବ

ଜୟପୁର (ସଖପ୍ର):ଦିନକୁ ଦିନ କରୋନା ମହାମାରୀ କାୟା ମେଲାଇ ଉଗ୍ର ରୂପ ଧାରଣ କରୁଥିବାରୁ ଜୟପୁର ବିଧାୟକ ଶ୍ରୀଯୁକ୍ତ ତାରାପ୍ରସାଦ ବାହିନୀପତି ଏହାକୁ ଦୃଷ୍ଟିରେ ରଖି ଜୟପୁର ଗ୍ଲୋକାଲ୍ ହସ୍ପିଟାଲ୍ କୁ ନୂତନ କୋଭିଡ୍ ହସ୍ପିଟାଲରେ ପରିଣତ କରିବା ନିମନ୍ତେ ରାଜ୍ୟ ସରକାର ଓ ସ୍ୱାସ୍ଥ୍ୟ ସଚିବଙ୍କୁ ଏକ ପତ୍ର ଲେଖିଥିଲେ । ଯେଉଁଥିରେ ଅତ୍ୟାଧୁନିକ ବ୍ୟବସ୍ଥା ସମେତ ୨୪ ଟି ଆଇ ସି ୟୁ ସହ ୩ ଟି ଭେଣ୍ଟିଲେସନ ସୁବିଧା ଶଯ୍ୟା, ୫୦ ଟି କେନ୍ଦ୍ରୀୟ ଅକ୍ସିଜନ ଶଯ୍ୟା, ୨୬ ଟି ଅକ୍ସିଜନ ସିଲିଣ୍ଡର ସହ ଶଯ୍ୟା ଏବଂ ସି ଟି ସ୍କାନ, ଲବରଟୋରି, ଡିଜିଟାଲ ଏକ୍ସ ରେ, ଡାଇଲେସିସ ଓ ଓଟି ବ୍ୟବସ୍ଥା ଉପଲବ୍ଧ ଥିବାରୁ କୋରନା ରୋଗୀଙ୍କୁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ରେ ଚିକିତ୍ସା କରିବା ନେଇ ଚିଠିରେ ଉଲ୍ଲେଖ କରିଥିଲେ ବିଧାୟକ ଶ୍ରୀଯୁକ୍ତ ବାହିନୀପତି ।
ଏହି ଚିଠିକୁ ଗୁରୁତ୍ବ ର ସହ ନେଇ ରାଜ୍ୟ ସରକାର ଓ ସ୍ୱାସ୍ଥ୍ୟ ସଚିବ ଗ୍ଲୋକାଲ ହସ୍ପିଟାଲକୁ ନୂତନ ଜିଲ୍ଲା କୋଭିଡ୍ ହସ୍ପିଟଲ୍ ଭାବରେ ପରିଣତ କରିବା ପାଇଁ ଅନୁମୋଦନ ଦେଇ କୋରାପୁଟ ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି।ରାଜ୍ୟ ସରକାରଙ୍କ ସ୍ଵାସ୍ଥ୍ୟ ବିଭାଗ ପତ୍ରାଙ୍କ ନମ୍ବର ୧୫୩୭୧ / ୨୨.୦୫.୨୦୨୧ ଅନୁସାରେ କୋରାପୁଟ ଜିଲ୍ଲାପାଳ ଙ୍କୁ ପତ୍ର ଲେଖି ଜୟପୁର ରେ ଥିବା ଗ୍ଲୋକାଲ ହସ୍ପିଟାଲ କୁ ତୁରନ୍ତ କୋଭିଡ ହସ୍ପିଟାଲରେ ପରିଣତ କରାଯାଉ।ଜିଲ୍ଲାରେ ଦିନ କୁ ଦିନ କରୋନା ଗ୍ରାଫ ଉପର ମୁହାଁ ହେଉଛି। ପ୍ରତିଦିନ ଜିଲ୍ଲାରେ ଦୁଇ ଶହ ରୁ ଲୋକେ ସଂକ୍ରମିତ ହେଉଛନ୍ତି। ଏଣୁ ସାଧାରଣ ଲୋକଙ୍କୁ ଉଚ୍ଚ ମାନର ସେବା ଯୋଗାଇବା ମୋର ଏକ ମାତ୍ର ପ୍ରୟାସ ବୋଲି କହିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି।