10/21/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜିଲ୍ଲା କାରାଗାରରେ କଏଦୀମାନଙ୍କ ମଧ୍ୟରେ ସାମାଜିକ ଦୂରତା ରଖାଯାଉନି…

ମାଲକାନଗିରି (ସ. ଖ. ପ୍ର ):ମାଲକାନଗିରି ଜିଲ୍ଲା କାରାଗାରରେ ପ୍ରାୟ ୬00ରୁ ଉର୍ଧ୍ଵ କଏଦୀ ରହୁଛନ୍ତି |ଏମାନଙ୍କ ମଧ୍ୟରୁ କେତେଜଣ ଆଜୀବନ ଓ କେତେଜଣ ବିଚାରାଧୀନ |ଏଠାରେ ୮0ପ୍ରତିଶତ କଏଦୀ ବାହାର ରାଜ୍ୟର |ଏମାନେ ସବୁ ତେଲେଙ୍ଗାନା, ହରିୟାଣା, ମଧ୍ୟ ପ୍ରଦେଶ, ଛତିଶଗଡ, କୋଲକାତା ରାଜ୍ୟର |ଯେଉଁ କଏଦୀ ମାନଙ୍କୁ ଅଣା ଯାଉଛି ସେମାନଙ୍କ କରୋନା ଟେଷ୍ଟ କରିକି ଅଣାଯାଉନି ତେଣୁ ଅନ୍ୟ କଏଦୀ ପାଇଁ ଅସୁବିଧା ବୋଲି ଜିଲ୍ଲାଜେଲ ଅଧିକ୍ଷକ ସଞ୍ଜୟ ବର୍ମା କହିଛନ୍ତି |ଗୋଟିଏ କଠୋରୀରେ ୮0ଜଣ ରହୁଥିବାର ଜଣାପଡିଛି |ତେଣୁ ସେଠାରେ କିପରି ସାମାଜିକ ଦୂରତା ରହୁଥିବ ସହଜରେ ଅନୁମେୟ |ଅଧିକ୍ଷକ ଙ୍କୁ ଏ ବିଷୟରେ ପଚାରିବାରୁ ସେମାନଙ୍କୁ ଗୋଟିଏ ବଡ଼ କଠୋରୀକୁ ବଦଳା ଗଲା ବୋଲି ସେ କହିଛନ୍ତି |କଏଦୀଙ୍କ ଜୀବନ ସହ ନ ଖେଳି ଏହି ସମୟରେ ଯେଉଁ କଏଦୀମାନଙ୍କୁ କାରାଗାରକୁ ପଠାଯାଉଛି ସେମାନଙ୍କ କୋଭିଡ ଟେଷ୍ଟ କରି ପାଠାଗଲେ ଭଲ ହେବ ବୋଲି ଜିଲ୍ଲାର ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି |ନଚେତ କାରାଗାରର ସ୍ଥିତି ଅସମ୍ଭାଳ ହୋଇପାରେ |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *