ଜଳସମ୍ପଦ,ସୂଚନା ଓ ଲୋକସଂପର୍କ ବିଭାଗ ମନ୍ତ୍ରୀଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ବିଜେଡି ନେତାଙ୍କ ଆଲୋଚନା

ରାୟଗଡା ଜ଼ିଲ୍ଲା :(ପ୍ରତିନିଧି ଅମୁଲ୍ୟ ନିଶଙ୍କ) ଜଳସମ୍ପଦ ତଥା ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଙ୍କ ରାୟଗଡା ଗସ୍ତ ସମୟ ରେ ରାୟଗଡା ଜ଼ିଲ୍ଲାରେ ଚାଷୀଙ୍କୁ କିପରି ଭାବେ ଚାଷ ଜମିକୁ ପାଣି ଯୋଗାଇବା ନିମନ୍ତେ ବିଭିନ୍ନ ପ୍ରକଳ୍ପ ମାନ ନିର୍ମାଣ କରିବା ସହିତ କିପରି ଭାବେ ଚାଷୀ ଠିକ ରୂପେ ପାଣି ପାଇବେ ସେଥିପାଇଁ ଆଲୋଚନା କରିଥିଲେ। ଅମ୍ବାଦଳାର ଚାଷୀଙ୍କ ନିମନ୍ତେ ଏକ ନୂତନ ଜଳ ସେଚନ ପ୍ରକଳ୍ପର ମଞ୍ଜୁରୀପାଇଁ ଆଲୋଚନା ସାଙ୍ଗକୁ ବଂଶଧାରା ନଦୀ କୁଳରେ ଅବସ୍ଥିତ ଗୁଡାରି ନାଇରା ଲିମାପଦର ପ୍ରଭୁତି ଗ୍ରାମ ଠାରେ ବନ୍ୟା ଦାଉରୁ ରକ୍ଷା ପାଇଁ ପଥର ହୁଡା ମାନ ନିର୍ମାଣ ପାଇଁ ଆଲୋଚନା ହୋଇଥିଲା। ପଦ୍ମପୁର ଠାରେ ଅବସ୍ଥିତ ବଡନାଳ ଜଳସେଚନ ଯୋଜନାର କେନାଲ ମରାମତି ପାଇଁ ଅଧିକ ଅର୍ଥ ଯୋଗାଇବା ପାଇଁ ମଧ୍ୟ ଆଲୋଚନା ହୋଇଥିଲା । ଏହି ଆଲୋଚନା ସମୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପରାମର୍ଶଦାତା ଶ୍ରୀ ସୁଧୀର ଦାସ, ଅନୁସୁଚୀତଜାତି ତଥା ଜନଜାତି ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, ବିଜେଡିର ବରିଷ୍ଠ ନେତା ଗଗନ ଆଚାର୍ଯ୍ୟ, ରଂଜିତପାଣିଗ୍ରହୀ, କୁନା ଧୀରେନ୍ଦ୍ର ପାଣିଗ୍ରାହୀ ଉପସ୍ଥିତ ଥିଲେ।