09/21/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜଂଗଲଜମିରୁ ଜବରଦଖଲ ଉଛେଦ…

ମାଲକାନଗିରି (ସ.ଖ.ପ୍ର ):ଜଣେ ଲୋକ ମୋଟୁ ସ୍ଥିତ କାଲେରୁ ବ୍ରିଜ ନିକଟରେ ୧ ଏକର ଜଙ୍ଗଲ ଜମିକୁ ଜବର ଦଖଲ କରି ସେଠାରେ ତାର ବାଡ଼ ଦେଉଥିବାର ଦେଖି କେତେକ ଲୋକ ବନବିଭାଗକୁ ଅଭିଯୋଗ କରିଥିଲେ |ତାପରେ କାଲିମେଳା ବନାଞ୍ଚଳ ଅଧିକାରୀ ବଳରାମ ନାୟକ, ଫରେଷ୍ଟର ବିଦ୍ୟୁତ ବିଶ୍ୱାସ, ଫରେଷ୍ଟ ଗାର୍ଡ ବଳରାମ ପାଣିଗ୍ରାହୀ, ସୁମିତ ବିଶ୍ୱାସ ଓ ଏ ଶ୍ରୀନିବାସ ରାଓ ସେହି ସ୍ଥାନକୁ ଯାଇ ତଦନ୍ତ କରିବା ପରେ ସମ୍ପୂର୍ଣ୍ଣ ତାର ବାଡ଼କୁ ଭାଙ୍ଗିଥିଲେ |ଏବିଷୟରେ ଫରେଷ୍ଟରଙ୍କୁ ପଚାରିବାରୁ ସେ ସ୍ଥାନ ପାଖରେ ସେ ଲୋକଙ୍କ ଜମି ଅଛି, ସବୁବେଳେ ଗାଈଗୋରୁ ସେହି ଜମିରେ ପଶିଯାଉଥିବାରୁ ସେ ଏଠାରେ ତାର ବାଡ଼ କରୁଥିଲା ବୋଲି କହିଛନ୍ତି |ଏତେ ବଡ଼ ଜାଗାରେ ସେ ଲୋକଟି ତାର ବାଡ଼ କରିବାକୁ ସାହସ କିପରି କଲା ସାଧାରଣରେ ଚର୍ଚ୍ଚା ହେଉଛି ଏବଂ ଏହା ବନବିଭାଗର କେତେକ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ପାଇଁ ହୋଇଛି ବୋଲି ସେଠାକାର କେତେଜଣ ଅଧିବାସୀ ଅଭିଯୋଗ କରିଛନ୍ତି |କାଲିମେଳା ଅଂଚଳରେ ଆଦିବାସୀ ଜାଗା, ଜଂଗଲଜମି ଜବରଦଖଲ ହେବାର ଆଗରୁ ମଧ୍ୟ ନଜିର ରହିଛି |ତେଣୁ ଜବରଦଖଲ ଉପରେ ଉଚ୍ଚସ୍ତରୀୟ ତଦନ୍ତ ହେବା ଆବଶ୍ୟକ ବୋଲି ସେହି ଅଞ୍ଚଳବାସୀ ମତବ୍ୟକ୍ତ କରିଛନ୍ତି |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *