10/21/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କାଲିମେଳା ବ୍ଲକରେ ସରକାରୀ ଜମି ପାଇଁ ଗୋଷ୍ଠି ସଂଘର୍ଷ…

ମାଲକାନଗିରି (ସ.ଖ.ପ୍ର ):ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ ପି ଭି -୮୧ ରେ ସରକାରୀ ଜମି ପାଇଁ ଗୋଷ୍ଠୀ ସଂଘର୍ଷ ଘଟିଥିଲା |ଏଠାରେ ଥିବା ୪ ଏକର ସରକାରୀ ଜମିରେ ଆସୁ ମାଳି, ବାସୁ ମାଳି, ରବୀନ ଘରାମି ଓ ରଂଜିତ ସର୍ଦାର ଚାଷ କରିଆସୁଥିଲେ |ଏବେ ପୁଣି ଚାଷ ଆରମ୍ଭ କରିବା ସମୟରେ କୋଇକୋଣ୍ଡାର କେତେଜଣ ଆସି ତାଙ୍କୁ ଚାଷ କାରବାକୁ ମନା କରିଥିଲେ ଓ ସେମାନେ ଲଙ୍ଗଳ ଆଣି ନିଜେ ସେଠାରେ ଚାଷ କରିବାକୁ ଚେଷ୍ଟା କରିଥିଲେ |ଏହାକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା |ଏହି ଖବର ପାଇଲା ପରେ ମୋଟୁ ଥାନା ଓ ଏମ ଭି -୭୯ ଥାନାରୁ ପୋଲିସ ଆସି ସଂଘର୍ଷକୁ ପ୍ରଶମିତ କରିଥିଲେ ଏବଂ ଲୋକଙ୍କୁ ବୁଝାଇଥିଲେ ଓ ସଂଘର୍ଷରେ ଆହତ ହୋଇଥିବା ୧୨ ଜଣଙ୍କୁଏମ ଭି -୭୯ ହସ୍ପିଟାଲକୁ ନେଇଥିଲେ |ଏହା ପରେ ୨ ଗୋଷ୍ଠୀ ପରସ୍ପର ବିରୋଧରେ ଥାନାରେ ଏତଲା ଦେଇଥିଲେ |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *