କାଲିମେଳା ବନାଞ୍ଚଳ ତରଫରୁ ବନମହୋତ୍ସବ ପାଳିତ

ମାଲକାନଗିରି (ସଖପ୍ର): ଆଜି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ତେଲେରାଇ ପଞ୍ଚାୟତର ଅନ୍ତର୍ଗତ କଣ୍ଡେଲଗୁଡା ଗ୍ରାମରେ କାଲିମେଳା ଵନାଞ୍ଚଳ ତରଫରୁ ବନ ମହୋତ୍ସବ ୨୦୨୧ ଆରମ୍ଭ କରାଯାଇଛି।ଏହି କାର୍ଯ୍ୟକ୍ରମ ରେ କାଲିମେଳା ବନପାଳ ସଂୟପ୍ରଭା ପ୍ରଧାନ, ବନରକ୍ଷୀ ରାମଚନ୍ଦ୍ର ମାଝୀ, ଵାଵୁରାମ୍ ଦୁଦୁରା ଓNGO କର୍ମଚାରୀ ଉପସ୍ଥିତ ଥିଲେ। ଏହି ଅବସରରେ ବନପାଳ ମହାଶୟା ବନ ମହୋତ୍ସବ ବିଷୟରେ ଧାରଣା ଦେଇ କହିଥିଲେ ଯେ ସପ୍ତାହ ଯାକ ଏହି ମହୋତ୍ସବ ପାଳନ କରାଯିବ ବୃକ୍ଷରୋପଣ କାର୍ଯ୍ୟକ୍ରମ ଚାଲିବ ଓ ବନ ମହୋତ୍ସବର ଉପକରିତା ଏବଂ ପରିବେଶରେ ଏହାର ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ । ବନ ମହୋତ୍ସବ ସମୟରେ ବୃକ୍ଷ ରୋପଣର ମୂଳ ଲକ୍ଷ୍ୟ ଇନ୍ଧନ ଯୋଗାଇବା, ଫଳର ଉତ୍ପାଦନ ବୃଦ୍ଧି କରିବା ଏବଂ ଦେଶର ସମ୍ଭାବ୍ୟ ଖାଦ୍ୟ ସମ୍ବଳ ଯୋଗାଡ଼ କରିବାରେ ଗଛ ଆମକୁ ସାହାୟକ ହୋଇଥାଏ ।୧୯୫୦ ମସିହାରେ ଜଙ୍ଗଲ ସଂରକ୍ଷଣ ତଥା ବୃକ୍ଷରୋପଣ ପାଇଁ ଜନତାଙ୍କ ମନରେ ଉତ୍ସାହ ସୃଷ୍ଟି କରିବା ପାଇଁ ତତ୍କାଳୀନ କେନ୍ଦ୍ର କୃଷି ଓ ଖାଦ୍ୟ ମନ୍ତ୍ରୀ କେ ଏମ ମୁନ୍ସିଙ୍କ ଦ୍ୱାରା ଏହା ଆରମ୍ଭ କରାଯାଇଥିଲା। କୃଷି କ୍ଷେତ୍ର ଚାରିପାଖରେ ଆଶ୍ରୟସ୍ଥଳ ସୃଷ୍ଟି କରିବାରେ ସାହାଯ୍ୟ ହୋଇଥାଏ । ଜଙ୍ଗଲ ବଞ୍ଚାଇବା, ଜଙ୍ଗଲ ସୁରକ୍ଷା କରିବା ଆମର ଦାୟିତ୍ବ ବୋଲି କହିଛନ୍ତି ଏକ ଗଛ ଏକ ଛୁଆ ସହ ସମାନ ବୋଲି କୁହାଯାଇଛି।
ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ