10/21/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଓଡ଼ିଆ ସାମାଜିକ ଚଳଚ୍ଚିତ୍ର “ପ୍ରତିଜ୍ଞା” ପ୍ରେମିୟର ସୋ ର ଶୁଭ ଉଦଘାଟନ

କୋରାପୁଟଜିଲ୍ଲା (ସଖପ୍ର): ଜୟପୁର ବଜରଙ୍ଗ କ୍ରିଏସନ ଦ୍ୱାରା ପ୍ରଯୋଜିତ ଏକ ଓଡ଼ିଆ ସାମାଜିକ ଚଳଚ୍ଚିତ୍ର “ପ୍ରତିଜ୍ଞା” ଚଳଚ୍ଚିତ୍ର ର ପ୍ରେମିୟର ସୋ ଆଜି ସ୍ଥାନୀୟ ଏସ ଆର ମଲ ର ନୋଭା ଥିଏଟର ହଲରେ ପ୍ରଦର୍ଶିତ ହୋଇଥିଲା । ଏହି ଚଳଚିତ୍ରର କାହାଣୀ ଏବଂ ନିର୍ଦେଶନା ଶ୍ରୀଗୋପାଳ ପଟ୍ଟନାୟକ ଦେଇଥିବା ବେଳେ, ଚିତ୍ରୋତ୍ତୋଳନ ଏମ ଡ଼ି ବବଲୁ ଦ୍ୱାରା କରାଯାଇଥିଲା । ଏହି ଚଳଚିତ୍ର ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସୁଟିଂ କରାଯାଇଛି ଏବଂ ଅବିଭକ୍ତ କୋରାପୁଟର କଳକାର ଯଥା ଶ୍ରୀରବି ପ୍ରସାଦ ପାତ୍ର, ଏମ ଡ଼ି ବବଲୁ, ରହିତ, ମେଘା, ଲିଙ୍ଗରାଜ, ମୁରଲୀ, ଗୋପାଳ ସାମନ୍ତରାୟ, ଟୁନା ଟନ ଟନ, ବାସନ୍ତି ଜେନା, ବିଶ୍ୱଜିତ, ସିମାଞ୍ଚଳ, ଅରୁଣ, ନରେଶ, ବାବୁଲି, ଅନୁ, ଅଙ୍କିତ ଠୁକୁଲ , ନିମ୍ମୁ ପ୍ରମୁଖ ଏଥିରେ ଅଭିନୟ କରିଛନ୍ତି ।

ସଂଗୀତଜ୍ଞ ଶ୍ରୀଧିରେନ ମୋହନ ପଟନାୟକ ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ତଥା ଶ୍ରୀହିମାଂଶୁ ମହାପାତ୍ର, ଶ୍ରୀମତୀ ମମତା ବେହେରା, ଶ୍ରୀ ସୁବାଷ ରାଉତ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ପ୍ରିମିୟର ସୋ ରେ ଅବିଭକ୍ତ କୋରାପୁଟ ଜିଲ୍ଲାର ବହୁ କଳାକାର ଏବଂ ଚଳଚ୍ଚିତ୍ର ନିର୍ମାତା, ନିର୍ଦେଶକ ଯୋଗ ଦେଇ ଚଳଚ୍ଚିତ୍ରର, କଥାବସ୍ତୁ, ଚିତ୍ରୋତ୍ତୋଳନ, ସଂଗୀତ, ସଂଳାପ ଏବଂ କଳାକାର ମାନଙ୍କ ଅଭିନୟ ବିଶେଷ କରି ଶ୍ରୀରବି ପ୍ରସାଦ ପାତ୍ର ଏବଂ ବବଲୁଙ୍କର ଉଚ୍ଚ କୋଟିର ଅଭିନୟକୁ ପ୍ରଶଂସା କରିଥିଲେ । ସମସ୍ତ କଳାକାରମାନଙ୍କୁ ଅତିଥି ମାନଙ୍କଦ୍ୱାରା ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା ।

ସବୁବର୍ଗ ଖବର

1 thought on “ଓଡ଼ିଆ ସାମାଜିକ ଚଳଚ୍ଚିତ୍ର “ପ୍ରତିଜ୍ଞା” ପ୍ରେମିୟର ସୋ ର ଶୁଭ ଉଦଘାଟନ

Leave a Reply

Your email address will not be published. Required fields are marked *