10/19/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜାତୀୟ ପ୍ରେସ୍‍ ଦିବସ ରେ ରାଜ୍ୟର ୨୮ ଜଣ ବରିଷ୍ଠ ସାମ୍ବାଦିକଙ୍କୁ ପେନସନ ପ୍ରଦାନ କରାଯିବା

ଭୁବନେଶ୍ୱର, ୧୧/୧୧ ଜାତୀୟ ପ୍ରେସ୍‍ ଦିବସ ଅବସରରେ ଭୁବନେଶ୍ୱର ଜୟଦେବ ଭବନରେ ଚଳିତ ୧୬ ତାରିଖ ଅପରାହ୍ନରେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ପକ୍ଷରୁ ରାଜ୍ୟର ୨୮ ଜଣ ବରିଷ୍ଠ ସାମ୍ବାଦିକଙ୍କୁ ପେନସନ ପ୍ରଦାନ କରାଯିବା ସହ ସିଏସ୍‌ଆର କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ରାଜ୍ୟର ଜଣେ ବରିଷ୍ଠ ଅଧିକାରୀଙ୍କୁ ସମ୍ମାନିତ କରାଯିବ ବୋଲି କଲ୍ୟାଣ ବୋର୍ଡ ପକ୍ଷରୁ ନିଷ୍ପତ୍ତି ହୋଇଥିବା ସୁଚନା ମିଳିଛି । ରାଜ୍ୟର ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ‘ଉତ୍କଳ ସାମ୍ବାଦିକ ରତ୍ନ’ ସମ୍ମାନ ଏବଂ ଜାତୀୟସ୍ତରରେ ୭ଟି ସମ୍ବାଦପତ୍ରର ସଂପାଦକଙ୍କୁ ‘ରାଷ୍ଟ୍ରୀୟ ସାମ୍ବାଦିକ ଗୌରବ’ରେ ସମ୍ମାନିତ କରାଯିବ। ଉତ୍ସବରେ ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ୫ ମେଧାବୀଙ୍କୁ ସମ୍ମାନିତ କରାଯିବ। ଉକ୍ତ ଉସ୍‌ôବରେ ‘ଖବରସଂଗ୍ରହ-ଉପସ୍ଥାପନା ଏକ ଯାତ୍ରା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଏଥିରେ ରାଜ୍ୟର ବରିଷ୍ଠ ସାମ୍ବାଦିକ ଓ ସଂପାଦକ ଯୋଗଦେବେ ବୋଲି ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡର ସଭାପତି ପ୍ରଦୋଷ ପଟ୍ଟନାୟକ ଙ୍କ ନିକଟରୁ ସୁଚନା ମିଳିଛି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *