02/13/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ୱାଲଟରନେଟିଭ ଲେଆର୍ନିଙ୍ଗ ଆଣ୍ଡ ମେଣ୍ଟରସିପ ପ୍ରୋଗ୍ରାମମିଙ୍ଗ ମାଧ୍ୟମ ଇ ସୁବିଦ୍ୟା କାର୍ଯ୍ୟକ୍ରମକୁ ପର୍ଯ୍ୟବେକ୍ଷଣ କଲେ ମନ୍ତ୍ରୀ ଶ୍ରୀଯୁକ୍ତ ସାରକା

ରାୟଗଡଜ଼ିଲ୍ଲା:(ପ୍ରତିନିଧି ଅମୁଲ୍ୟ ନିଶଙ୍କ) ଅନୁସୂଚିତ ଜାତି ଓ ଜନଜାତି ବିକାଶ, ପଛୁଆ ବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ଆଜି ଇ-ସୁବିଦ୍ୟା କାର୍ଯ୍ୟକ୍ରମକୁ ପର୍ଯ୍ୟବେକ୍ଷଣ କରିଛନ୍ତି । ମାନ୍ୟବର ମନ୍ତ୍ରୀ କଲନାରା ବ୍ଲକର ଅଙ୍କା ବାଡ଼ି ଗ୍ରାମରେ, ରାୟଗଡା ବ୍ଲକର ବିର ନାରାୟଣପୁର ଓ ଉତ୍କାପାଡୁ ସୁବିଦ୍ୟା କେନ୍ଦ୍ର ପରିଦର୍ଶନ କରି କାର୍ଯ୍ୟକ୍ରମର ସୁବିଧା ନେବା ପାଇଁ ନିଜ ନିଜ ଛୁଆ ମାଆଙ୍କୁ ଏହି କେନ୍ଦ୍ରକୁ ପଠାଇବା ଲାଗି ଅବିଭାବକ ମାନଙ୍କୁ ଅନୁରୋଧ କରିଥିଲେ । ମାନ୍ୟବର ମନ୍ତ୍ରୀଙ୍କ ସହିତ ରାୟଗଡ଼ା ବିଧାୟକ ଶ୍ରୀଯୁକ୍ତ ମକରନ୍ଦ ମୁଦୁଲି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗଙ୍ଗାଧର ପୁଆଲା, ଜିଲ୍ଲା ମଂଗଳ ଅଧିକାରୀ ଶ୍ରୀ ଅଶୋକ କୁମାର ଶତପଥି, ରାୟଗଡ଼ା ବ୍ଲକ ଅଧ୍ୟକ୍ଷ ଶ୍ରୀ ରମାଲୁ ପେଡେଣ୍ଟି,କଲ ନା ରା ସମିତି ସଦସ୍ୟ ଶ୍ରୀ ମାଧବ ରାଓ କଣ୍ଡଗୋରୀ, ସରପଞ୍ଚ ହର ପ୍ରସାଦ ହେପୃକା, ଆଦି ଯୋଗଦେଇଥିଲେ।କୋରୋନା ଯୋଗୁଁ ଦେଶରେ ତାଲାବନ୍ଦୀ ପୂର୍ବରୁ ଗତ ମାର୍ଚ୍ଚ ମାସରେ ରାଜ୍ୟରେ ସବୁ ବିଦ୍ୟାଳୟ ଗୁଡିକ ସରକାର ଛୁଟି ଘୋଷଣା କରିବା ପରେ ମଂଗଳ ବିଭାଗର ମଧ୍ୟ ସବୁ ବିଦ୍ୟାଳୟ ଓ ହଷ୍ଟେଲ ସବୁ ବନ୍ଦରଖାଗଲା । ବହୁତ ଦିନଧରି ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ଛାଡି ଘରେ ରହିବା ଦ୍ଵାରା ସେମାନେ ପାଠ ଭୁଲିଯିବେ ।ଏଥି ନିମନ୍ତେ ରାଜ୍ୟ ସରକାରଙ୍କ ମଂଗଳ ବିଭାଗ ତରଫରୁ ଆପ ମାଧ୍ୟମରେ ପାଠ ସାଙ୍ଗକୁ କରୋନା ଓ ଅନ୍ୟାନ୍ୟ ଉପାଦେୟତା ଉପରେ ଶିକ୍ଷା ଦେବା ନିମନ୍ତେ ପ୍ରୟାସ କରାଯାଇଛି। ଯେଉଁଠି ଟେଲିଫୋନ ସୁବିଧା ନାହିଁ ସେହି ଅଞ୍ଚଳରେ ୱାଲଟରନେଟିଭ ଲେଆର୍ନିଙ୍ଗ ଆଣ୍ଡ ମେଣ୍ଟରସିପ ପ୍ରୋଗ୍ରାମମିଙ୍ଗ ମାଧ୍ୟମରେ ଶିକ୍ଷା ଦାନ କରା ଯାଉଛି । ଏଣୁ ଜିଲ୍ଲାର ମଂଗଳ ବିଭାଗର ଶିକ୍ଷକ ମାନଙ୍କୁ ନେଇ ଗ୍ରାମାଞ୍ଚଳରେ ସବୁବର୍ଗର ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ଦେବେ । ଜିଲ୍ଲାରେ ୪୨୦ଟି କେନ୍ଦ୍ରରେ ମଂଗଳ ବିଭାଗର ଶିକ୍ଷକ ଶିକ୍ଷା ଦେବେ । ଆଜିର ଏହି କାର୍ଯ୍ୟକ୍ରମକୁ କନ୍ଧ ମାଲିଙ୍ଗାର ପ୍ରଧାନ ଶିକ୍ଷୟତ୍ରୀ ନୟନ ଶବର ଓ ଶିକ୍ଷକ ତଥା ଜ଼ିଲ୍ଲା ସାଧନା କମିଟି ସଦସ୍ୟ ଲାଡ଼ି ଶ୍ରୀନିବାସ ରାଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ କେ ମାଲିଙ୍ଗା ସ୍କୁଲ ଶିକ୍ଷୟତ୍ରୀ ଶୁଚିସ୍ମିତା କୁମାରୀ ମଙ୍ଗରାଜ ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରିଥିଲେ ଏଠାରେ ଶିକ୍ଷକ ମାନେ ପାଠ ସାଙ୍ଗକୁ କରୋନା ଉପରେ ସଚେତନ, ହାତ ଧୁଆ, ମାସ୍କ ପିନ୍ଧିବା ଆଦି ଅନ୍ୟାନ୍ୟ ଉପଦେୟତା ବିଷୟରେ ପଢାଇବେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *