November 18, 2025

Sabubarga Khabar

All category news

ୱାର୍ଡ ସ୍ତରରେ ବିଜେଡିର ବୁଥ୍ କମିଟି ଗଠନ

ମାଲକାନଗିରି : ମାଲକାନଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୋଡ଼ିଆ ବ୍ଲକ ର ସିମିଲିବଞ୍ଚା ଓ କାଲଦା ପାଲ୍ଲୀ ପଞ୍ଚାୟତର ପ୍ରତ୍ୟେକ ୱାର୍ଡ ସ୍ତରରେ ବିଜେଡି ପକ୍ଷରୁ ବୁଥ କମିଟି ଗଠନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି l ଆଜି ବିଜେଡିର ମାଲକାନଗିରି ଯୁବ ଜନତା ଦଳ ର ସଭାପତି ତଥା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ଆଡମା ରାବା ନିଜ ଜୋନ ପଡିଆ ଗସ୍ତକରି ଅଞ୍ଚଳର ସକ୍ରିୟ କର୍ମୀଙ୍କ ସହ ଆଲୋଚନା ବୈଠକ କରିଥିଲେ l ପରେ ଅଞ୍ଚଳର ଦୁଇଟି ପଞ୍ଚାୟତ ସଭାରେ ଯୋଗ ଦେଇଥିଲେ l ଉକ୍ତ ସଭାରେ କିଭଳି ବିଜେଡି ୨୦୨୪ ନିର୍ବାଚନରେ ଏହି ଅଞ୍ଚଳରେ ଭୋଟରଙ୍କୁ ଆକୃଷ୍ଟ କରିବା ସହ ବିରୋଧି ଙ୍କ ଅପ ପ୍ରଚାର ଓ ମିଥ୍ୟା ପ୍ରତିଶୃତି ଚକ୍ରାନ୍ତ ରୁ କିଭଳି ଭୋଟର ସତର୍କ ରହିବେ ସେ ସବୁ ବାବଦରେ କର୍ମୀ ମାନଙ୍କୁ ସଚେତନ କରାଇବା ପରେ ୧୨ ଜଣ ଲେଖାଏଁ କର୍ମୀଙ୍କୁ ନେଇ ବୁଥ କମିଟି ଗଠନ କରାଯାଇଥିଲା l ଏହା ପରେ ଆମ ଓଡ଼ିଶା ନବୀନ ଓଡ଼ିଶା ମାଧ୍ୟମରେ ପ୍ରତିଟି ପଞ୍ଚାୟତର ବିକାଶ ପାଇଁ ୫୦ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରାଯିବା ନେଇ ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କ ସହ ସ୍ପଷ୍ଟ ଭାବରେ ଆଲୋଚନା କରିଥିଲେ l ପଞ୍ଚାୟତ ରେ ଖର୍ଚ୍ଚ ହେବାକୁ ଥିବା ଅର୍ଥ ଠିକ୍ ଭାବରେ ଉନ୍ନୟନ କାମରେ ଲାଗିବା ଦରକାର ବୋଲି ଜନ ପ୍ରତିନିଧି ମାନଙ୍କୁ ଏବଂ ସ୍ଥାନୀୟ ଲୋକଙ୍କୁ ବୁଝେଇ କହିଥିଲେ l ଏହା ସହ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ମଧ୍ୟ ଅନେକ ଯୋଜନା ଥିବା ନେଇ ଆଡମା ରାବା ଉପସ୍ଥାପନ କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧକ୍ଷା ସୁରଭି ଭୌମିକ ପୋଡ଼ିଆ ପଞ୍ଚାୟତ ସମିତି ଅଧକ୍ଷା ଶ୍ରୀମତୀ ଯମୁନା ମୁସାକି ପଡିଆ ସାଂସଦ ପ୍ରତିନିଧି ସି ଏଚ୍ ରାବିଟ କୁମାର, ବରିଷ୍ଟ କର୍ମୀ ଏମ ଡି ଫାରୁକ୍, ବରିଷ୍ଠ କର୍ମୀ ସୁଭାଷ ଭୌମିକ, ଅଞ୍ଜନ ବିଶ୍ୱାସ ସନ୍ତୋଷ ମୁସାକି, କାଲଦା ପାଲ୍ଲୀ ସରପଞ୍ଚ କୁମାରୀ ସରିତା କୁଞ୍ଜାମୀ ସମିତି ସଭ୍ୟ କଲ୍ୟାଣ ବିଶ୍ୱାସ ସିମିଲିବଞ୍ଚା ସରପଞ୍ଚ ସୀଙ୍ଗା ମାଡକାମି, ସମିତି ଚନ୍ଦ୍ରା ପୋଡ଼ିଆମି ମିଡ଼ିଆ ସଂଯୋଜକ ସୁନିଲ ସାହୁ, ମଙ୍ଗଳ ମଣ୍ଡଳ ଅନୀମେଶ ହାଲଦାର୍ ଓ ସ୍ଥାନୀୟ କର୍ମୀ ଉପସ୍ଥିତ ଥିଲେ l

ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.