November 18, 2025

Sabubarga Khabar

All category news

୮୦ କିଲୋଗ୍ରାମ ଗଞ୍ଜେଇ ଜବତ,୧ ଗିରଫ

ରାୟଗଡା(ସଖପ୍ର): ରାୟଗଡା ପୁଲିସକୁ ଗଞ୍ଜେଇ ଧରପଗଡରେ ପୁଣି ସଫଳତା ମିଳିଛି। ଜିଲ୍ଲାର ପଦ୍ମପୁର ପୁଲିସ ଚଢାଉ କରି ଗଞ୍ଜେଇ ଜବତ କରିବା ସହ ୧ ଜଣକୁ ଗିରଫ କରିଛି। ବିଶେଷ ସୂତ୍ରରୁ ଖବର ପାଇ ପଦ୍ମପୁର ଥାନା ଅଧିକାରୀ ମୁକୁନ୍ଦ ନାୟକଙ୍କ ନେତୃତ୍ବରେ ୩୨୬ ଜାତୀୟ ରାଜପଥରେ ପେଟ୍ରୋଲିଂ କରୁଥିବା ବେଳେ ଓଡି-୦7-ଜେ -4385 ନମ୍ବର ଥିବା ମୋଟର ସାଇକେଲ ଦ୍ରୁତଗତିରେ ଆସୁଥିଲା। ମୋଟର ସାଇକେଲକୁ ଅଟକାଇ ଯାଞ୍ଚ କରିବା ପରେ ସେଥିରେ ତିନୋଟି ଜରି ବ୍ୟାଗ ରହିଥିଲା। ସେହି ଜରି ବ୍ୟାଗକୁ କାଢି ଦେଖିଲାବେଳକୁ ସେଥିରେ 80 କିଲୋ ଗଞ୍ଜେଇ ଥିବାର ପୋଲିସ ସୂତ୍ରରୁ ପ୍ରକାଶ । ଗଞ୍ଜେଇ ଚାଲାଣ କରୁଥିବା ୧ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କଠାରୁ ଏକ ଏଣ୍ଡ୍ରୋଇଡ୍ ମୋବାଇଲ ଫୋନ, ନଗଦ 100 ଟଙ୍କା ସହ ମୋଟର ସାଇକେଲ ପୁଲିସ ଜବତ କରି ଏକ ମାମଲା ପୋଲିସ ରୁଜୁ କରିଛି ଯାହାର କେଶ ନଂ ,93/23 ତାରିଖ,22/06/2023। ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ଅଭ୍ୟମ ଗମାଙ୍ଗ (23) ପିତା-ମାର୍କ ଗମାଙ୍ଗ ଗ୍ରାମ-ଭଳିଆଗୁଡା ଥାନା-ଅଡବା ଜ଼ିଲ୍ଲା ଗଜପତି ବୋଲି ତଦନ୍ତ ସମୟରେ ପୋଲିସ ଜାଣିପାରିଛି । ଏହି ଗଞ୍ଜେଇ ପଦ୍ମପୁର ଦୁର୍ଗମ ଅଂଚଳର ଦୁର୍ଗମ ଅଞ୍ଚଳରୁ ଅଣାଯାଉଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି। ଏହି ଗଂଜେଇକୁ ବାହାର ରାଜ୍ୟର ବିଭିନ୍ନ ଅଂଚଳକୁ ଚାଲାଣ କରାଯାଇଥାନ୍ତା। କିପରି ଗଞ୍ଜେଇ ମାଫିଆମାନେ ଲୋକଙ୍କୁ ଭୟଭୀତ କରିବା ପାଇଁ ପିସ୍ତଲ ଧରୁଛନ୍ତି ଏବଂ ଦରକାର ପଡିଲେ ଏହାକୁ ବ୍ୟବହାର ମଧ୍ୟ କରୁଛନ୍ତି ଏହି ଚଢାଉରୁ ଜଣାପଡିଛି। ପଦ୍ମପୁରରେ ମୁକୁନ୍ଦ ନାୟକଙ୍କ କାର୍ଯ୍ୟରେ ଯୋଗଦାନ ପରେ ଗଂଜେଇ ମାଫିଆଙ୍କ ଉପରେ କଡା ନଜର ରଖି ଯାନବାହାନ ଯାଞ୍ଚ ଚାଲିଛି। ରାୟଗଡାରୁ ଅମୁଲ୍ୟ ନିଶଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.