12/05/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

୩୨ତମ ସର୍ବଭାରତୀୟ ସାନ୍ତାଳୀ ଲେଖକ ସମ୍ମିଳନୀ ଉଦ୍‌ଘାଟିତ

ଭୁବନେଶ୍ବର:(ସଖପ୍ର)32ତମ ସର୍ବଭାରତୀୟ ସାନ୍ତାଳୀ ଲେଖକ ସମ୍ମିଳନୀ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦ୍‌ଘାଟନ କରିବା ସହିତ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି।
ଆଦିମ ଓୱାର ଜରପା ଆନୁକୂଲ୍ୟରେ ଆୟୋଜିତ ହେଉଛି ଏହି ଦ୍ବି-ଦିବସୀୟ କାର୍ଯ୍ୟକ୍ରମ । ଏହାର ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ସାନ୍ତାଳୀ ଜାତିକୁ ଏକ ଆଗୁଆ ଓ ସ୍ବାଭିମାନୀ ଜାତି କହିବା ସହ ସେମାନଙ୍କ ଶିକ୍ଷା ପ୍ରତି ଆଗ୍ରହ ଥିବା ପ୍ରକାଶ କରିଛନ୍ତି। ଏଥିପାଇଁ ସେମାନେ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିବା ସହିତ ସୁନାମ ଅର୍ଜନ କରିପାରିଥିବା ମଧ୍ୟ କହିଛନ୍ତି। ସାନ୍ତାଳୀ ସାହିତ୍ୟିକମାନେ ଅନେକ ଖ୍ୟାତି ଲାଭ କରିଥିବାବେଳେ ନିଷ୍ଠା ଓ ସାଧନା ଜାରି ରହିଲେ ଏହି ଭାଷା ଓ ସାହିତ୍ୟ ଆହୁରି ଆଗକୁ ବଢ଼ିପାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି। ସୂଚନାନୁସାରେ, ଦ୍ବି- ଦିବସୀୟ ଏହି ସାନ୍ତାଳୀ ଲେଖକ ସମ୍ମିଳନୀରେ ବିହାର, ପଶ୍ଚିମବଙ୍ଗ, ଆସାମ, ଝାଡଖଣ୍ଡ, ଓଡିଶା ସମେତ ବାଙ୍ଗଳାଦେଶରୁ 500 ରୁ 600 ଲେଖକ , ବୁଦ୍ଧିଜୀବୀ ଓ ପ୍ରତିନିଧି ମାନେ ଯୋଗ ଦେଇଛନ୍ତି। ଏହି ଉତ୍ସବରେ ଅନ୍ୟତମ ଅତିଥିଭାବେ ବିଶିଷ୍ଟ ସାନ୍ତାଳୀ ନେତା ତଥା ଓଡିଶା ସରକାରଙ୍କ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି, ରାଜ୍ୟସଭା ସଂସାଦ ସସ୍ମିତ ପାତ୍ର, ବିଧାୟକ ଅନନ୍ତ ନାରାୟଣ ଜେନା ଓ ସଂଗଠନର ସଦସ୍ୟମାନେ ଯୋଗ ଦେଇ ସାନ୍ତାଳୀ ସମ୍ପ୍ରଦାୟ ଓ ତା’ର ସାହିତ୍ୟ ବିଷୟରେ ଆଲୋକପାତ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ବିଶେଷାଙ୍କ ଉନ୍ମୋଚନ କରିବା ସହିତ 5ଜଣ ସାହିତ୍ୟିକଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *