05/17/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

୩୨ତମ ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ

ଯାଜପୁରଜିଲ୍ଲା(ସଖପ୍ର): ଜାରକା ରୋଟାରୀ କ୍ଲବ ଓ ଧର୍ମଶାଳା ଆମ ପୋଲିସ ତରଫରୁ ସଡ଼କ ସୁରକ୍ଷା ମାସ ପାଳିତ ହୋଇଯାଇଛି । ରୋଟାରୀ କ୍ଲବର ସଭାପତି ଉମେଶ ଜେନାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ଧର୍ମଶାଳାର ଆଇ ଆଇସି ଶ୍ରୀଯୁକ୍ତ ସରୋଜ କୁମାର ସାହୁ ଯୋଗ ଦେଇଥିଲେ । ଏଥି ସହିତ ଯାଜପୁରର ପୂର୍ବତନ ସିଡିଏମଓ ଡ଼: ବିଜୟ କୁମାର ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସଡ଼କ ସୁରକ୍ଷା ସମ୍ବନ୍ଧରେ ସଚେତନ କରିଥିଲେ । ଚଣ୍ଡିଖୋଲ ବୀଣାପାଣି କଳାପୀଠ ର ଛାତ୍ର ଛାତ୍ରୀ ମାନେ ନୃତ୍ୟନାଟିକା ମାଧ୍ୟମରେ ସଚେତନତା ସୃଷ୍ଟି କରିଥିଲେ । ଏହି ଅବସରରେ ବୀଣାପାଣି କଳାପୀଠ ର ଅଧ୍ୟକ୍ଷ ବିପିନ ବିହାରୀ ସ୍ୱାଇଁ, ଶିକ୍ଷୟତ୍ରୀ ସୁଚିତ୍ରା ଜେନା, ରଶ୍ମି ରଞ୍ଜନ ବାରିକ, ପ୍ରବୋଧ କୁମାର ଦାସ, ଗଗନ ବିହାରୀ ମଳିକ, ରାମଚନ୍ଦ୍ର ମଳିକ, ସୁବାସ ବାରିକ, ସେକ ସାମଶୁଦ୍ଧିନ, ମାନସ ନାୟକ, ସ୍ୱରାଜ ଭୂୟାଁ, ନୟନା ସାହୁ, କନକଲତା ମହାନ୍ତି, ତରୁଣବାଳା ଶତପଥୀ, ଦୁର୍ଗାମାଧ ସିଂ, ନବକିଶୋର ବେହେରା, ସାବିତ୍ରୀ ବେହେରା, ଓ ମେଧାବୀ ଛାତ୍ର ବିଶ୍ୱରଂଜନ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ରୋଟାରୀ କ୍ଲବର ପୂର୍ବତନ ସଭାପତି ପ୍ରଦୀପ୍ତ ବରାଳ, ଜୟପ୍ରକାଶ ତ୍ରିପାଠୀ, ତ୍ରିଲୋଚନ ବିଶ୍ୱାଳ , ସୁକାନ୍ତ ସ୍ୱାଇଁ, ନିରଞ୍ଜନ ପାଣିଗ୍ରାହୀ, ପ୍ରଶାନ୍ତ ପୃଷ୍ଟି, ଚକ୍ରଧର ପୃଷ୍ଟି, ଲକ୍ଷ୍ମୀକାନ୍ତ ଚ୍ୟାୟୁପଟ୍ଟନାୟକ, ହରିହର ପଣ୍ଡା, ଧରଣୀଧର ଦାସ, ଇନ୍ଦ୍ରମଣି ନାୟକ, ରାଜେନ୍ଦ୍ର ପଲେଇ, ଓ ଅଜାମ୍ବର ସାହୁ ପ୍ରମୁଖ ସହଯୋଗ କରିଥିଲେ ।

ଯାଜପୁରରୁ ପ୍ରତିନିଧି ପୁଷ୍ପିତା ରାଉତଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *