୨୫୦ ଜଣ ମାଓ ସମର୍ଥକ ଆତ୍ମସମର୍ପଣ କଲେ…
ମାଲକାନଗିରି :ରାଜ୍ୟରେ ମାଲକାନଗିରି ଜିଲ୍ଲା ମାଓ ପ୍ରବଣ ବୋଲି ଜଣାଶୁଣା |ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଏକ ମାଓ ପ୍ରବଣ ବ୍ଲକ |ଏହି ବ୍ଲକର ମହୁପଦର ପଂଚାୟତ ମାଓ ଗଡ଼ କହିଲେ ଅତ୍ୟୁକ୍ତି ହେବନାହିଁ |ଏହି ଅଂଚଳରେ ମାଓ ଗତିବିଧି ଅଧିକ |ମାଓବାଦୀଙ୍କ ଦ୍ୱାରା ଏଠାରେ ବହୁତ ହିଂସାତ୍ମକ କାର୍ଯ୍ୟ କରାଯାଇଛି |
ଏଥିରେ ସେଠାକାର କେତେକ ଗ୍ରାମବାସୀ ତାଙ୍କୁ ସାହାଯ୍ୟ କରୁଥିଲେ |ମହୁପଦର ଅଂଚଳରୁ ପ୍ରାୟ ୨୫୦ ଜଣ ମାଓ ସମର୍ଥକ ମାଥିଲି ପୋଲିସ ପାଖରେ ଆତ୍ମସମର୍ପଣ କରିଚ୍ଛନ୍ତି |ସକାଳୁ ମାଓ ସମର୍ଥକମାନେ ଆସି ମାଥିଲି ର ହାଟପଦାଠାରେ ଏକତ୍ରିତ ହାଇଥିଲେ |ସେଠାରେ ମାଥିଲି ପୋଲିସ ଦ୍ୱାରା କମ୍ବଳ ଓ ସାଲ ଦେଇ ମୁଖ୍ୟସ୍ରୋତ କୁ ଅଣାଯାଇଥିଲା |କେତେକ ଲୋକ ମାଓବାଦୀଂକ ବର୍ବରତା ଆଉ ସହି ନ ପାରି ଆଜି ଆମେ ସମାଜର ମୁଖ୍ୟସ୍ରୋତକୁ ଫେରୁଛୁ ଓ ଆମ ଅଂଚଳର ଵିକାଶ ରେ ଭାଗିଦାର ହେବୁ ବୋଲି ଜଣାଇଛନ୍ତି |ଏହାଦ୍ୱାରା ମାଥିଲି ବ୍ଲକରେ ମାଓ କାର୍ଯ୍ୟକଳାପ କମିଯିବ ବାଲି ଆଶା କରାଯାଉଛି |ଏତେ ଲୋକଙ୍କୁ ସମାଜର ମୁଖ୍ୟସ୍ରୋତ ରେ ଆଣିବାକୁ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି |
ମାଲକାନଗିରିରୁ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ