02/13/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

୧୭ କୋଟି ଟଙ୍କାର ଗଞ୍ଜେଇ ନଷ୍ଟ କରିଛି ଅବକାରୀ ବିଭାଗ…

ମାଲକାନଗିରି( ସଖପ୍ର) : ବେଆଇନ ଗଞ୍ଜେଇ ଫସଲ ନଷ୍ଟ । ଜିଲ୍ଲା ଅବକାରୀ ବିଭାଗ ଓ ପୁଲିସ ମିଳିତ ଚଢ଼ଉ କରି ମ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ବେଆଇନ ଭାବେ ଚାଷ ହେଉଥିବା ଗଞ୍ଜେଇ ଫସଲକୁ ନଷ୍ଟ କରିଛନ୍ତି । ନଷ୍ଟ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୭ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ସୂଚନା ଅନୁଯାୟୀ, ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ନକ୍ସଲ ପ୍ରବଣ ଅଞ୍ଚଳ ଗୋପୀଗୁଡା, ରଯାବନ୍ଧ, ଖଡିକାଜୁଡି ଏବଂ ଡାଇକ-୨ ଗ୍ରାମରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ ଶୁକ୍ରବାର ମାଲକାନଗିରି ଅବକାରୀ ବିଭାଗ, ଚିତ୍ରକୋଣ୍ଡା ପୋଲିସ ଏବଂ ଚିତ୍ରକୋଣ୍ଡା ତହସିଲ ର ଉଦ୍ୟମ ରେ ମିଳିତ ଭାବେ ଚଢାଉ କରିଥିଲେ ଏବଂ ଉକ୍ତ ଗଂଜେଇକୁ ଜାଳି ନଷ୍ଟ କରିଥିଲେ ।

ତେବେ ପ୍ରାୟ ୧୦୦ ଏକର ଜଙ୍ଗଲ ଜମିରେ ଚାଷ କରାଯାଇଥିବା ବେଆଇନ ଗଞ୍ଜେଇ ଗଛଗୁଡ଼ିକୁ ଅତ୍ୟାଧୁନିକ ଯନ୍ତ୍ରପାତି ସାହାଯ୍ୟରେ କାଟି ସେଥିରେ ନିଆଁ ଲଗାଇ ନଷ୍ଟ କରାଯାଇଛି। ପାଖପାଖି ୧ ଲକ୍ଷ ୭୦ ହଜାର ଗଂଜେଇ ଗଛ ନଷ୍ଟ କରାଯାଇଥିବା ଅବକାରୀ ବିଭାଗ ସୂଚନା ଦେଇଛି। ତେବେ ଗଞ୍ଜେଇ ଅମଳର ସମୟ ପାଖେଇ ଆସୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା ଅବକାରୀ ବିଭାଗ ସୂଚନା ଦେଇଛି। ଆଗାମୀ ଦିନରେ ମଧ୍ୟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଢାଉ କରାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି । ଏହା ସହ ଗଞ୍ଜେଇ ଚୋରା ଚାଲାଣକୁ ରୋକିବା ପାଇଁ ମାଲକାନଗିରି ଅବକାରୀ ବିଭାଗ ପକ୍ଷରୁ ଏକ ସ୍ଵତନ୍ତ୍ର ଟିମ ମଧ୍ୟ ଗଠନ କରାଯାଇଥିବା ଜଣାପଡିଛି|ଯଦି ସବୁ ଠିକ ରୁହେ ଜିଲ୍ଲାରୁ ଗଂଜେଇ ଚାଷକୁ ମୂଳପୋଛ କରାଯାଇପାରିବ ବୋଲି ବୁଦ୍ଧିଜୀବୀ ମନେ ମତପ୍ରକାଶ କରିଛନ୍ତି |

ମାଲକାନଗିରିରୁ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *