12/05/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

୧୨ତାରିଖରେ ସୁପ୍ରିମକୋର୍ଟରେ କୋଟିଆ ବିବାଦର ଶୁଣାଣୀ

ନୂଆଦିଲ୍ଲୀ: ଆସନ୍ତାକାଲି ସୁପ୍ରିମକୋର୍ଟରେ କୋଟିଆ ପ୍ରସଙ୍ଗରେ ଶୁଣାଣି ହେବ।  ଅଦାଲତ ଅଵମାମାନନା ନେଇ ଓଡିଶା ଦ୍ୱରା ପିଟିସନ ଦାଖଲ ହୋଇଛି। ତ୍ୱରିତ ଶୁଣାଣି ପାଇଁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ପ୍ରଧାନ ବିଚାରପତି ଏସ ଏ ବବଡେଙ୍କ ତିନି ଜଣିଆ ବେଞ୍ଚ ଆଗରେ ଓଡିଶା ନିଜର ପକ୍ଷ ରଖିଲା। ଓଡିଶା ପକ୍ଷରୁ ବରିଷ୍ଠ ଆଇନଜୀବୀ ବିକାଶ ସିଂ ପକ୍ଷ ରଖିଥିଲେ। ଗତକାଲି କୋଟିଆ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ରାଜ୍ୟ ସରକାର କୋର୍ଟ ଅବମାନନା ପିଟିସନ ଦାଖଲ କରିଥିଲେ । ୧୯୬୮ରେ ସ୍ଥିତାବସ୍ଥା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ୨୦୦୬ରେ ପୁଣି ଥରେ ସ୍ଥିତାବସ୍ଥା ପାଇଁ ବି ନିର୍ଦ୍ଦେଶ ଦେଇଥିଲେ। ଆନ୍ଧ୍ର ସରକାର ଏହାକୁ ପାଳନ କରି ନଥିବାରୁ ପୁଣି ପିଟିସନ ଦାୟର କରିଥିବା ଓଡିଶା ପକ୍ଷରୁ ପିଟିସନ ରେ ଦର୍ଶାଯାଇଥିଲା। ଆସନ୍ତାକାଲି ମାମଲାର ଶୁଣାଣି ହେବ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *