01/22/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

୧୦ ବର୍ଷ ଦୌଡିବା ପରେ ବି ଭିନ୍ନକ୍ଷମ ଜଗଦୀଶ ଆବାସ ଯୋଜନାରୁ ବଞ୍ଚିତ

ବାଲେଶ୍ଵର,୨୫/୭–ସରକାର ଆବାସ ଯୋଜନାରେ ଗୃହ ଯୋଗାଇ ଦେବାପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାର ଡିଣ୍ଡିମ ପିଟୁଛନ୍ତି । ତାଙ୍କର ଲକ୍ଷ୍ୟ ଗରିବ, ଆଦିବାସୀ, ହରିଜନ ଇତ୍ୟାଦି ସମସ୍ତଙ୍କୁ କଚ୍ଚା ଘର ପରିବର୍ତ୍ତେ ପକ୍କା ଘରେ ସୁରକ୍ଷିତ ଭାବେ ରଖିବା । ସେଥିପାଇଁ ଆବାସ ଯୋଜନା ମାଧ୍ୟମରେ ଯୋଗ୍ଯ ହିତାଧିକାରୀଙ୍କୁ ଗୃହ ଯୋଗାଇଦେବା କାର୍ଯ୍ୟକ୍ରମ ଚାଲୁରହିଛି । ହେଲେ ଏ ଯୋଜନା କାହା ପାଇଁ ? ଅଯୋଗ୍ୟ ହିତାଧିକାରୀଙ୍କ ପାଇଁ ନୁହେଁ ତ ?
ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ସାରକୋଣା ପଞ୍ଚାୟତ ଅମାରଗଡିଆ ଗ୍ରାମରେ । ଉକ୍ତ ଗ୍ରାମର ମହେନ୍ଦ୍ର ବାରିକଙ୍କ ପୁତ୍ର ଜଗଦୀଶ ବାରିକ ଜନ୍ମରୁ ଭିନ୍ନକ୍ଷମ । ଯଦିଓ ଭିନ୍ନକ୍ଷମ ଭତ୍ତା ଓ ରେସନ ପାଉଛନ୍ତି ହେଲେ ଗୃହଟିଏ ନାହିଁ । ଭଙ୍ଗାରୁଜା ଘରେ ଜୀବନ ବିତାଉଛନ୍ତି ପରିବାର ସହିତ । ଆବାସ ଯୋଜନାରେ ଗୃହଟିଏ ପାଇବା ପାଇଁ ଆଜକୁ ୧୦ବର୍ଷରୁ ଉର୍ଦ୍ଧ୍ବ ହେଲା ପଞ୍ଚାୟତରୁ ବ୍ଲକ ଓ ବ୍ଲକରୁ ପଞ୍ଚାୟତ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି , ତଥାପି ମିଳୁନି ଆବାସ ଯୋଜନା ଗୃହଟିଏ । ମିଳୁଛି ଖାଲି ମିଥ୍ୟା ପ୍ରତିଶ୍ରୁତି । ଖଇରା ବ୍ଲକ ଆବାସ ଯୋଜନା ଗୃହ ପ୍ରଦାନରେ ଦୁର୍ନୀତିର ଗନ୍ତାଘର ପାଲଟି ଥିବା ବେଳେ କେଉଁ କାରଣରୁ ଭିନ୍ନକ୍ଷମ ଜଗଦୀଶ ଗୃହ ପାଇବାରୁ ବଞ୍ଚିତ ତାହା ସର୍ବସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅଭାବି ପରିବାରକୁ ଚଳାଇବା ପାଇଁ କ୍ଷୁଦ୍ର ଦୋକାନଟିଏ କରି ପରିବାର ପୋଷଣ କରୁଛନ୍ତି । ତାଙ୍କର ସରକାରଙ୍କ ଠାରେ ମୁଖ୍ୟ ଦାବୀ ଗୃହଟିଏ ପାଇଁ । ବହୁତ ଅଯୋଗ୍ୟ ବ୍ଯକ୍ତି ନିଜକୁ ଯୋଗ୍ଯ ଦର୍ଶାଇ ଏକରୁ ଅଧିକ ଆବାସ ଯୋଜନା ଗୃହ ନେଇଥିବା ବେଳେ ଭିନ୍ନକ୍ଷମ ଜଗଦୀଶ ସେଥିରୁ ବଞ୍ଚିତ କାହିଁକି ? ଗୃହଟିଏ ପାଇବା ପାଇଁ ଦୀର୍ଘ ୧୦ ବର୍ଷ ହେଲା ଦୌଡ଼ି ଦୌଡ଼ି ନୟାନ୍ତ ହେବାପରେ ଶେଷରେ ବାଧ୍ୟ ହୋଇ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ମୁହଁ ଖୋଲିଛନ୍ତି ଭିନ୍ନକ୍ଷମ ଜଗଦୀଶ । ଭିନ୍ନକ୍ଷମ ଜଗଦୀଶ ଗୃହଟିଏ ପାଇବା ପାଇଁ ଯୋଗ୍ଯବ୍ଯକ୍ତି ଅଟନ୍ତି ବୋଲି ଗ୍ରାମବାସୀମେନେ ମଧ୍ୟ ପ୍ରକାଶ କରିଛନ୍ତି । ପ୍ରସାଶନ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *