01/21/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ୟୁକେରେ ପ୍ରଶଂସିତ ହେଲେ ବାଲେଶ୍ବରର ପ୍ରୟୋଜିକା ଅନ୍ନପୂର୍ଣ୍ଣା ଦାସ ଓ ପ୍ରୟୋଜକ ଜ୍ଯୋତି ପ୍ରକାଶ ଦାସ

ବାଲେଶ୍ଵର୨୨/୧୨ : ରୋମାଣ୍ଟିକ ଓଡ଼ିଆ ମ୍ଯୁଜିକ୍ ଭିଡିଓ ‘ ବର୍ଷା ଭିଜା ରାତି ‘ ଇତିମଧ୍ୟରେ ଆନ୍ତର୍ଜାତିକ ସ୍ବୀକୃତି ପାଇଥିବା ଏହାର ନିର୍ଦ୍ଦେଶକ ଜଣାଶୁଣା ଫିଲ୍ମୀ ନିର୍ମାତା ବିଶ୍ଵନାଥଙ୍କ ଠାରୁ ସୂଚନା ମିଳିଛି । ଏହି ବର୍ଷା ଭିଜା ରାତିର ଗୀତଟିକୁ ଲେଖିଛନ୍ତି ବାଲେଶ୍ବରର ଅନ୍ନପୂର୍ଣ୍ଣା ଦାସ । ୟୁକେର ପାଇନଉଡ ଷ୍ଟୁଡ଼ିଓ ଦ୍ବାରା ସଂଗଠିତ ଏକ ଆନ୍ତର୍ଜାତିକ ଫିଲ୍ମୀ ଫେଷ୍ଟିଭାଲ ଲିଟ୍ ଅଫସେନ୍ସ ୨୦୧୯ରେ ଏହି ଓଡ଼ିଆ ମ୍ଯୁଜିକ୍ ଭିଡିଓ ଅଫିସିଆଲ୍ ସିଲେକ୍ସନରେ ଶ୍ରୀମତୀ ଦାସଙ୍କ ଗୀତଟି ସ୍ଥାନ ପାଇବା ସହ ଆୟୋଜକ ଓ ଉପସ୍ଥିତ ସମାଲୋଚକଙ୍କ ଦ୍ବାରା ବେଶ୍ ଆଦୃତ ହୋଇଛି । ବିଏନ୍ ଆର ଫିଲ୍ମୀସ୍ ଦ୍ବାରା ନିର୍ମିତ ଏହି ମ୍ଯୁଜିକ୍ ଭିଡିଓ ଏହି ସଂସ୍ଥାର ୟୁଟୁବ୍ ଚ୍ଯାନେଲରେ ଚଳିତ ବର୍ଷ ରିଲିଜ ହୋଇସାରିଛି । ଚଳିତ ବର୍ଷ ଡିସେମ୍ବରରେ ବିଶ୍ଵସ୍ତରରେ ତାହାର ସ୍କ୍ରିନିଙ୍ଗ୍ ଭିଡିଓର ପ୍ରୟୋଜିକା ବାଲେଶ୍ବରର ଅନ୍ନପୂର୍ଣ୍ଣା ଦାସଙ୍କୁ ବେଶ୍ ଉତ୍ସାହିତ ମିଳିଛି । ଏହି ଓଡ଼ିଆ ରୋମାଣ୍ଟିକ ମ୍ଯୁଜିକ୍ ଭିଡିଓର ସହପ୍ରୟୋଜକ ଅଛନ୍ତି ରୁଦ୍ରଶଙ୍କର ପଟ୍ଟନାୟକ, ଅଜିତ ଦେବତା ଓ ବାଲେଶ୍ବରର ଜ୍ଯୋତି ପ୍ରକାଶ ଦାସ । ବିଏନ୍ ଆର ଫିଲ୍ମୀ ଷ୍ଟୁଡ଼ିଓରେ ଏହି ମ୍ଯୁଜିକ୍ ଭିଡିଓ ପ୍ରସ୍ତୁତ ହୋଇଥିବା ବେଳେ ଯୁବଗୀତିକାର ଓ କମ୍ପୋଜର ବଙ୍କିମ୍ ପଟେଲ ‘ ବର୍ଷା ଭିଜା ରାତି ‘ ର ସଙ୍ଗୀତ ସଂଯୋଜନା କରିଛନ୍ତି ।ପୂର୍ବତନ ଇଣ୍ଡିଆନ ଆଇଡଲ ଫାଇନାଲିଷ୍ଟ (ଦ୍ବାଦଶ ସ୍ଥାନ) ରେ ଅମିତାଭ ଭାରତୀ ଓ ନିଜେ ବଙ୍କିମ୍ ପଟେଲ ଗୀତ ଗାଇଛନ୍ତି । ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବମାନଙ୍କରେ ସର୍ଟ ଫିଲ୍ମୀ ଓ ଡକୁମେଣ୍ଟାରୀ ସ୍ଥାନ ପାଇବା ଓ ପ୍ରଶଂସିତ ହେବା ସାଧାରଣ କଥା । ପ୍ରଥମଥର ପାଇଁ ଏକ ଓଡ଼ିଆ ଭିଡିଓ ଆନ୍ତର୍ଜାତିକ ସ୍ତରରେ ଫିଲ୍ମୀ ଉତ୍ସବରେ ସ୍ଥାନ ପାଇ ଓ ପ୍ରଶଂସିତ ହେବା ନିଶ୍ଚିତ ଭାବେ ଗୌରବର ବିଷୟ ବୋଲି ଶ୍ରୀମତୀ ଦାସ ଏବଂ ସହପ୍ରୟୋଜକ ଜ୍ଯୋତି ପ୍ରକାଶ ଦାସ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ସଙ୍ଗୀତ ଭିଡିଓ ସମ୍ପର୍କରେ ବାଲେଶ୍ବରର ପ୍ରୟୋଜିକା ଅନ୍ନପୂର୍ଣ୍ଣା ଦାସ କହନ୍ତି ସେହି ଆବେଗ ସ୍ପନ୍ଦିତ ରାତି ଏତେ ଉଚ୍ଚ ସ୍ବୀକୃତି ଲାଭ କରିବ ତାହା ତାଙ୍କ କଳ୍ପନା ବାହାରେ ଥିଲା । ନିର୍ଦ୍ଦେଶକ ବିଶ୍ଵନାଥ ରଥଙ୍କ ମତରେ ଯେକୌଣସି ବିଶ୍ଵସ୍ତରୀୟ ପ୍ରତିଯୋଗିତା ପାଇଁ ଏହା ଆମ ସାମର୍ଥକୁ ମଜଭୁତ କରିବ ଓ ଆହୁରି ଆଗକୁ ଯିବାକୁ ଅଧିକ କ୍ରିୟାଶୀଳ କରିବ ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *