ହୋଟେଲରେ ଚାଲିଥିଲା ଜୁଆଆଡ୍ଡା: ଚଢ଼ାଉ କରି ୮ଜଣଙ୍କୁ ଗିରଫ କଲା ରାୟଗଡ଼ା ପୋଲିସ
ରାୟଗଡ଼ା ଜ଼ିଲ୍ଲା :(ପ୍ରତିନିଧି ଅମୁଲ୍ୟ ନିଶଙ୍କ) ରାୟଗଡ଼ା ଏସପି ଶର୍ବଣା ବିବେକଙ୍କ ନିର୍ଦ୍ଦେଶକ୍ରମେ ଆଇଆଇସି ନିହାର ରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ପୋଲିସର ଏକ ଟିମ୍ କୌଣସି ସୂତ୍ରରୁ ଖବର ପାଇ ଏକ ହୋଟେଲ ରୁମ୍ରେ ଚାଲିଥିବା ଜୁଆଆଡ୍ଡା ଉପରେ ସୋମବାର ବିଳମ୍ବିତ ରାତିରେ ଚଢ଼ାଉ କରିଥିଲେ। ଏହି ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଭାନୁପ୍ରସାଦ ମାଝୀ (୩୫), ଗୈାତମ ଜେନ (୪୩), ମନୋଜ କୁମାର ରଥୀ (୪୪), ମୁକେଶ ଜେନ (୩୯), ଆନନ୍ଦା ଜେନ (୪୫) ,ସାଇଳେସ କୁମାର( ୪୬),ସାଜନ ଜେନ (୪୯) ,ଦୀପକ ଜେନ (୪୪), ଘଟଣାସ୍ଥଳରୁ ୧ ଲକ୍ଷ ୩୫ ହଜାର ୧୦୦ ଟଙ୍କା , ତାସର ୧୦୪ ପତା ,ବିଭିନ୍ନ କମ୍ପାନୀର ୮ ଟି ମୋବାଇଲ ଫୋନ , ୪ ଟି ମୋଟର ସାଇକଲ ବାଇକ ଉଦ୍ଧାର କରାଯାଇଛି। କେସ ନମ୍ବର ୩୮୫/୧୯ ରେ ଏକ ମାମଲା ରୁଜୁ କରାଯାଇ ଏମାନଙ୍କୁ ଗିରଫ କରାଯାଇଥିବା ଏସ୍ଡିପିଓ ତପନ ନାରାୟଣ ରଥ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।