05/17/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ହେଲପିଂ ହ୍ୟାଣ୍ଡସ୍ ଓ ଗୋଲଖ ସାମଲ ସ୍ମୃତି ସଂସଦ ଆୟୋଜନରେ ସ୍ବେଛାକୃତ ରକ୍ତଦାନ ଶିବିର ଓ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ଯାଜପୁର (ସଖପ୍ର) : ମହେଶ୍ବରପୁର ପଞ୍ଚାୟତ ଅଧୀନ ବେଣିପୂର ଗ୍ରାମରେ ଗୋଲଖ ସାମଲ ଙ୍କ ସପ୍ତମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ହେଲପିଂ ହ୍ୟାଣ୍ଡସ୍ ଓ ଗୋଲଖ ସାମଲ ସ୍ମୃତି ସଂସଦ ଆୟୋଜନରେ ମାଗଣାରେ ସ୍ବେଛାକୃତ ରକ୍ତଦାନ ଶିବିର ଓ ମାଗଣାରେ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଶୋକ ଦାସ୍ ଫାଉଣ୍ଡେସନ ଏବଂ ଆମ ଓଡ଼ିଶା ସମ୍ବାଦ ପକ୍ଷରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆନୁକୁଲ୍ୟରେ ୨୮ୟୁନିଟ ରକ୍ତ ସଂଗ୍ରହ କରିଥିଲାବେଳେ ମାଗଣାରେ ସାଇ ଶାନ୍ତି ଚକ୍ଷୁ ଚିକିତ୍ସାଳୟ ବାଲିଚନ୍ଦ୍ରପୁର ପକ୍ଷରୁ ମାଗଣାରେ ଚକ୍ଷୁ ପରୀକ୍ଷା କରି ପ୍ରାୟ ୪୦ ଜଣକୁ ଔଷଧ ସହ ଚଷମା ପ୍ରଦାନ କରାଯାଇଥିଲା । ଏହି ଶିବିରରେ ସ୍ବର୍ଗତ ଗୋଲଖ ସାମଲ ଙ୍କ ପୁଅ ଗୌତମ ସାମଲ ,ଗୌରାଙ୍ଗ ସାମଲ, ଗୋପାଳ ସାମଲ, ସାତ ନମ୍ୱର ଜିଲ୍ଲାପରିଷଦ ତଥା ବିଜେଡି ଦଳର ଜିଲ୍ଲା ମହିଳା ମୋର୍ଚ୍ଚାର ଉପସଭାପତି ମାମିନା ମଲ୍ଲୀକ ପ୍ରମୁଖ ପରିଚାଳନା କରିଥିଲେ ।

ଯାଜପୁର ପ୍ରତିନିଧି ନାରାୟଣ ରଥ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *