02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ହାଇକୋର୍ଟ ଦେଲେ ସ୍ୱୀକୃତି, ଜିଲ୍ଲା କୋର୍ଟ ପରିସର ଜୟପୁରରେ ନିର୍ମାଣ ହେବ ବାର ହଲ

ଜୟପୁର ୧୧/୧୦ : ଜୟପୁର ଜିଲ୍ଲା ନ୍ୟାୟାଳୟ ପରିସରରେ ନିର୍ମାଣ ହେବ ଅତ୍ୟାଧୁନିକ ବାର ହଲ । ଏନେଇ ୫ କୋଟି ୭୭ ଲକ୍ଷ ୫୨ ହଜାର ୭୦୦ ଟଙ୍କାର ଏକ ଅଟକଳ ମୂଲ୍ୟକୁ ସ୍ୱୀକୃତି ପ୍ରଦାନ କରିଛନ୍ତି ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟ । ଏ ସମ୍ପର୍କରେ ଆଜି ଜିଲ୍ଲା ଓକିଲ ସଂଘକୁ ସୂଚନା ପ୍ରଦାନ କରିଛନ୍ତି ଜିଲ୍ଲା ଜଜ୍ ସତ୍ୟ ନାରାୟଣ ମିଶ୍ର । ସଂଘ ପକ୍ଷରୁ ଆୟୋଜିତ ଏକ ସଭାରେ ଆଜି ଉପସ୍ଥିତ ରହି ସେ ଜଣାଇଛନ୍ତି ଯେ, ଓକିଲଙ୍କ ଉଦ୍ଧେଶ୍ୟରେ ନିର୍ମାଣ ହେବାକୁ ରହିଥିବା ଏହି ତିନି ମହଲା ବିଶିଷ୍ଟ ଭବନରେ ବ୍ୟାଙ୍କ, ଏଟିଏମ, କ୍ୟାଣ୍ଟିନ ସାଙ୍ଗକୁ ଅନେକ ସୁବିଧା ରହିବ । ଏପରିକି ଭବନ ମଧ୍ୟରେ ସରକାରୀ ଓକିଲଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର କୋଠରୀ ରହିବା ଚେଷ୍ଟା କରାଯିବ ବୋଲି ଜଣାଇଥିଲେ । ଆଜିର ଏହି ଆଲୋଚନା କାଳରେ ରେଜିଷ୍ଟର ଵିଷ୍ଣୁ ପ୍ରସାଦ ଦେବତା, ଜିଲ୍ଲା ଓକିଲ ସଂଘ ସଭାପତି ବିରେଶ ପଟ୍ଟନାୟକ, ସମ୍ପାଦକ ଶରତ ମାଝୀ, ପୂର୍ବତନ ସଭାପତି ସରୋଜ ଦାସ, ସୁଧୀର ସଢଙ୍ଗୀ, ରାଜ୍ୟ ବାର ସଦସ୍ୟ ପି ରମେଶ, ମଦନମୋହନ ନାୟକ, ତେଜେଶ୍ଵର ପଣ୍ଡା, ଵାଲା ରାୟ, ଗିରିଧର ଖରା, ଗଙ୍ଗାଧର ନାୟକ, ପି ସନ୍ୟାସୀ, ରାଜେନ୍ଦ୍ର ଗୌଡ଼ଙ୍କ ସହ ଶତାଧିକ ଓକିଲ ଉପସ୍ଥିତ ଥିଲେ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *