01/16/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନଙ୍କ ରାୟଗଡା ଗସ୍ତ

ରାୟଗଡା:- ୨୯/୭- ସଂପ୍ରତି କୋଭିଡ ରୋଗୀଙ୍କ ଚିକିତ୍ସା ନିମନ୍ତେ କୋରନାରେ ଆରୋଗ୍ୟ ଲାଭ କରି ସୁସ୍ଥ ଫେରୁଥିବା ବ୍ୟକ୍ତି ମାନଙ୍କ ପ୍ଲାଜ୍ମା ଦ୍ବାରା କୋରୋନାରେ ଆକ୍ରାନ୍ତ ରୋଗୀ ଶୀଘ୍ର ଆରୋଗ୍ୟ ହେଉଥିବାରୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପ୍ଲାଜ୍ମା ସଂଗ୍ରହକୁ ଉତ୍ସାହିତ କରିବା ସକାଶେ ଜିଲ୍ଲା ଓ୍ବାରୀ ମନ୍ତ୍ରୀ ମାନଙ୍କୁ ଦାୟିତ୍ବ ଦେଇଛନ୍ତି। ସେହି ମର୍ମରେ ଆଜି ରାୟଗଡା ଜିଲ୍ଲା ଦାୟିତ୍ବରେ ଥିବା ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ରାୟଗଡା ଗସ୍ତକରି ସ୍ଥାନୀୟ ଜିଲ୍ଲା ଗ୍ରାମୀୟ ଉନ୍ନୟନ ସଂସ୍ଥା ସଭ।ଗୃହରେ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ସହ ସମୀକ୍ଷା ବୈଠକ କରିଥିଲେ। ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ରାୟଗଡା ଶ୍ରୀ ପ୍ରମୋଦ କୁମାର ବେହେରା, ବିଧାୟକ ଗୁଣୁପୁର ଶ୍ରୀ ରଘୁନାଥ ଗମାଙ୍ଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗଙ୍ଗାଧର ପୂଆଲା, ଅତିରିକ୍ତ ଜିଲ୍ଲାପାଳ ତଥା ପ୍ଲାଜ୍ମା ବ୍ୟାଙ୍କ ନୋଡ଼ାଲ ଅଫିସର ଶ୍ରୀ ଶରତ ଚନ୍ଦ୍ର ପଣ୍ଡା, ପିଡି, ଡିଆରଡିଏ ଶ୍ରୀ ଅମୃତ ରୁତୁରାଜ ଯୋଗଦେଇ ଜିଲ୍ଲାର କୋଭିଡ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲାପାଳ ଶ୍ରୀ ବେହେରା ପ୍ଲାଜ୍ମା ସଂଗ୍ରହ ସମ୍ଵନ୍ଧରେ ସମ୍ୟକ ଭାବେ ଉପସ୍ଥାପନା କରି ଆଗକୁ ଜିଲ୍ଲାରୁ ସୁସ୍ଥ ରୋଗୀମାନଙ୍କ ପ୍ଲାଜ୍ମା ଦାନ କରିବାକୁ ଅନୁରୋଧ କରିଥିଲେ। ଜିଲ୍ଲାପାଳ ଶ୍ରୀ ବେହେରା ସମୀକ୍ଷା ବୈଠକରେ ପ୍ରକାଶ କରିଥିଲେ ଯେ ରାଜ୍ୟ ସରକାରଙ୍କ ନିଷ୍ପତି କ୍ରମେ ଜିଲ୍ଲାରେ ପ୍ଲାଜ୍ମା ସଂଗ୍ରହ ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା ଜିଲ୍ଲାର ନୋଡ଼ାଲ ଅଧିକାରୀ ଭାବରେ ନିଯୁକ୍ତି ଦେଇଛନ୍ତି । ପ୍ଲଜ୍ମା ସମ୍ପର୍କରେ ତାଙ୍କ ମୋବାଇଲ ନମ୍ବର ୯୪୩୭୨୭୬୪୫୫ ସହ ଯୋଗାଯୋଗ କରିପାରିବେ।
ସେହିପରି ମାନ୍ୟବର ମନ୍ତ୍ରୀ ମହୋଦୟା କହିଲେ ଯେ ପ୍ଲଜ୍ମା ଦାନ କରିବା ଦ୍ବାରା ଅନ୍ୟ ଜଣକର ଜୀଵନ ବଞ୍ଚି ପାରୁଥିବାରୁ ଆମେ ସମସ୍ତେ ଚେଷ୍ଟା କରିବା କି କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଫେରୁଥିବା ରୋଗୀଙ୍କ ପ୍ଲାଜ୍ମା ଦାନ କରିବାକୁ ବୁଝାଇବା । ଜିଲ୍ଲାର ସମସ୍ତ ବିଡ଼ିଓ ଓ ତହସିଲଦାର ନିଜ ନିଜ ଅଞ୍ଚଳରେ ପ୍ରସ୍ତୁତ ରହି ଆରୋଗ୍ୟଲାଭ କରିଥିବା ରୋଗୀ ମାନଙ୍କୁ ପ୍ଲଜ୍ମା ଦାନ କରିବା ପାଇଁ ବୁଝାଇବାକୁ ଅନୁରୋଧ କରିଥିଲେ। ଶ୍ରୀମତୀ ଦିଆନ କରୋନାରେ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇଥିଲେ ।
ଏହାପରେ ପିଡ଼ି, ଡିଆରଡିଏ ଶ୍ରୀ ଅମୃତ ଋତୁରାଜ ଜିଲ୍ଲାର କରୋନା ସ୍ଥିତି ଓ ଏହାର ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ନିଆଯାଇଥିବା ପଦ୍ଧକ୍ଷେପ ସମ୍ପର୍କରେ ଵିଶେଷ କରି କରୋନା ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ଜେକେପୁର, ଗୁଣୁପୁର, ବିଷମ କଟକ ଓ ତାଡ଼ମାରେ ଵ୍ୟଵସ୍ଥା ଉପରେ ସ୍ଲାଇଡ ଶୋ ମାଧ୍ୟମରେ ଉପସ୍ଥାପନ କରିଥିଲେ ।
ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ରାୟଗଡା ଶ୍ରୀ ପ୍ରତାପଚନ୍ଦ୍ର ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକ,ତହସିଲଦାର ଶ୍ରୀ ଉମାଶଙ୍କର ବେହେରା,ପିଏ ଆଟିଡିଏ ଶ୍ରୀ ଟୁକୁ ବାରିକ, ପୌପରିଷଦର ନିର୍ବାହୀ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *