November 18, 2025

Sabubarga Khabar

All category news

ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ଜୟନ୍ତୀ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

କୋରାପୁଟଜିଲ୍ଲା/ଜୟପୁର ୦୨/୧୧ (ସଖପ୍ର) : ଆଜି ପବିତ୍ର ଅଁଳା ନବମୀ ଦିନ ଅପରାହ୍ନ ୪ଘଣ୍ଟା ସମୟରେ ଜୟପୁରସ୍ଥିତ ସ୍ଥାନୀୟ ଯାଦବ ଭବନରେ ଉତ୍କଳ ସମ୍ମିଳନୀ ତରଫରୁ ବିଶିଷ୍ଟ ଜନନାୟକ ସ୍ବର୍ଗତ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ଜୟନ୍ତୀ ପାଳନ ହୋଇଥିଲା। ଏହି ଜୟନ୍ତୀ ପାଳନ କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ତଥା ଉତ୍କଳ ସମ୍ମିଳନୀ ଜିଲ୍ଲା ସଭାପତି ମଦନ ମୋହନ ନାୟକ ସଭାପତିତ୍ୱ କରିଥିବା ବେଳେ ସଂପାଦନ ନବୀନ ମାଦଳା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ବିଶିଷ୍ଟ ସାହିତ୍ୟିକ ଡ଼ ସୁରେଶ ଦାସ ମୁଖ୍ୟବକ୍ତା , ଉତ୍କଳ ସମ୍ମିଳନୀର ସଂଗଠନ ସଂପାଦକ କବିରାଜ ପମେଶ୍ୱର ପାତ୍ର ଅତିଥିଭାବେ ଯୋଗଦେଇଥିଲେ। ଅଧ୍ୟାପକ ଡ଼ ଦେବୀପ୍ରସାଦ ହୋତା ସ୍ବର୍ଗତ ବକ୍ସିପାତ୍ରଙ୍କ ଜୀବନୀ ଓ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ। ଶ୍ରୀରାମ ପ୍ରସାଦ ପଟ୍ଟନାୟକ, ଶ୍ରୀ ବି,ଭି ରାମଣା ବକ୍ସିପାତ୍ରଙ୍କ ସଂପର୍କରେ ଆଲୋଚନା କରିଥିଲେ। ବରିଷ୍ଠ ସାମ୍ବାଦିକ ତଥା ଉତ୍କଳ ସମ୍ମିଳନୀର ଜିଲ୍ଲା ଉପସଭାପତି ରାଜେନ୍ଦ୍ର ଗୌଡ, ଭେଙ୍କଟରାଓ ପଟ୍ଟନାୟକ, ଉତ୍କଳ ସମ୍ମିଳନୀ ଜିଲ୍ଲା କୋଷାଧ୍ୟକ୍ଷ ନରେଶ ମହାକୁଳ, ଆଇନଜୀବୀ ଶିବାନନ୍ଦ ମିଶ୍ର, ଅମରଲାଲ ଆହୁଜା, ଦେବେନ୍ଦ୍ର ବାହିନୀପତିଙ୍କ ସହ ସହରର ମାନ୍ୟଗଣ ବ୍ୟକ୍ତିମାନେ କାର୍ଯ୍ୟକ୍ରମରେ ଯୋଗଦାନ ସହ ବକ୍ସିପାତ୍ରଙ୍କ ସ୍ମୃତିଚାରଣ କରିଥିଲେ। ଶେଷରେ ଉତ୍କଳ ସମ୍ମିଳନୀ ଜିଲ୍ଲା ଯୁଗ୍ମ ସଂପାଦକ ଚନ୍ଦ୍ରକାନ୍ତ ସୁତାର ଧନ୍ୟବାଦ ଅର୍ପଣ କରିଥିଲେ।

1 thought on “ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ଜୟନ୍ତୀ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.