ହଜିଥିବା ୨୦ ଟି ମୋବାଇଲ ପାଇଲେ ଅଭିଯୋଗକାରୀ, ଜୟପୁର ଟାଉନ୍ ପୋଲିସ୍
ଜୟପୁର ୨୭/୧୦ (ସଖପ୍ର): ହଜିଯାଇଥିବା ୨୦ମୋବାଇଲକୁ ଅଭିଯୋଗକାରୀଙ୍କୁ ଫେରାଇଛି ପୁଲିସ। ସାଇବର କ୍ରାଇମ ରୋକିବାକୁ ଟେଲିକମ ମନ୍ତ୍ରଣାଳୟ ପକ୍ଷରୁ ଗ୍ରହଣ କରାଯାଇଥିବା ନୂଆ ପଦକ୍ଷେପ ସଂଚାର ସାଥୀ ମାଧ୍ୟମରେ ହଜିଯାଇଥିବା ୨୦ମୋବାଇଲ ଠାବ ହୋଇଥିବା ସୂଚନା ଏସଡିପିଓ ପାର୍ଥୀ କଶ୍ୟପ ଜଗଦୀଶ ସୂଚନା ପ୍ରଦାନ କରିଥିଲେ | ଏସଡିପିଓଙ୍କ ସମେତ ଟାଉନଥାନା ଅଧିକାରୀ ଉଲ୍ଲାସ ରାଉତ, ସିଦ୍ଧାର୍ଥ ବେହେରା ଉପସ୍ଥିତ ରହି ଅଭିଯୋଗକାରୀଙ୍କୁ ମୋବାଇଲ ଫେରାଇଥିଲେ | ସୂଚନା ଅନୁଯାୟୀ, ଅଭିଯୋଗକାରୀମାନେ ସଂଚାର ସାଥୀ ପୋର୍ଟାଲ ମାଧ୍ୟମରେ ପୂର୍ବରୁ ହଜିଥିବା ମୋବାଇଲ ସମ୍ପର୍କରେ ପଞ୍ଜୀକରଣ କରିଥିଲେ | ଏସମ୍ପର୍କରେ ଏସଡିପିଓ ଶ୍ରୀ କଶ୍ୟପ କହିଥିଲେ, ଉପଭୋକ୍ତାଙ୍କ ଡକ୍ୟୁମେଣ୍ଟ ବ୍ୟବହାର କରି ଅନ୍ୟ କେହି ସିମ୍ ବ୍ୟବହାର କରୁନି ତ? ଆପଣଙ୍କ ଚୋରି ହୋଇଯାଇଥିବା ଫୋନ ଅପବ୍ୟବହାର ହେଉନିତ ? ଏସବୁ ଅପରାଧ ଉପରେ ରୋକ ଲଗାଇବାକୁ କେନ୍ଦ୍ର ଟେଲିକମ ମନ୍ତ୍ରଣାଳୟ ବିକାଶ କରିଛି ସ୍ବତନ୍ତ୍ର ପୋର୍ଟାଲ ସଂଚାର ସାଥୀ | ସଂଚାର ସାଥୀ ପୋର୍ଟାଲ ଜରିଆରେ ଜଣେ ବ୍ୟକ୍ତି ନିଜର ହଜିଥିବା କିମ୍ବା ଚୋରି ହୋଇଥିବା ମୋବାଇଲ ଫୋନକୁ ତୁରନ୍ତ ବ୍ଲକ କିମ୍ବା ଠାବ କରିପାରିବେ ଏହି ଆପ୍ ମାଧ୍ୟମରେ ଜଣଙ୍କ ନାଁରେ କେତୋଟି ସିମ୍ ଅଛି ସେ ସମ୍ପର୍କିତ ତଥ୍ୟ ମଧ୍ୟ ଏହି ପୋର୍ଟାଲରୁ ମିଳି ପାରିବ ବୋଲି କହିଥିଲେ | ଏଣୁ ସମସ୍ତେ ମୋବାଇଲ ହଜିବା ପରେ ତୁରନ୍ତ ଏହି ପୋର୍ଟାଲରେ ପଞ୍ଜୀକରଣ କରିବାକୁ ଅନୁରୋଧ କରିଥିଲେ |