05/17/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସଡ଼କ ସୁରକ୍ଷା ଯଜ୍ଞ ଓ ପ୍ରତିଜ୍ଞା ସମାରୋହ: ଘରକୁ ଚିଠି ଲେଖିଲେ ଏକ ହଜାର ଛାତ୍ର ଛାତ୍ରୀ

କବାଟବନ୍ଧ: ୨୩/୧୧(ସଖପ୍ର) ଘରେ ଘରେ ସଡ଼କ ସୁରକ୍ଷା ପାଇଁ କୋମଳ ମତି ପିଲାଙ୍କ ଜରିଆରେ ସୁରକ୍ଷା ସଚେତନତା ଆଣିବା ପାଇଁ କରାଯାଇଛି ଏକ ଭିର୍ଣ ପ୍ରୟାସ। ସଚେତନ ନାଗରିକ ମଂଚ ଓ ଜେନାପୁର ପୋଲିସ ର ମିଳିତ ଉଦ୍ୟମ ରେ ଯାତ୍ରା ମଙ୍ଗଳମ -ରକ୍ତ ରାସ୍ତାରେ ନୁହେଁ କାର୍ଯ୍ୟକ୍ରମ ର ପ୍ରୟାସ କରାଯାଇଥିଲା।କାର୍ଯ୍ୟକ୍ରମ ର ଆରମ୍ଭ ରେ ଜେନାପୁର ଆ ଇ ଆ ଇ ସି ସୁଶାନ୍ତ କୁମାର ଦାସ, ସଚେତନ ନାଗରିକ ମଂଚ ଓ ପାଞ୍ଚଟି ବିଦ୍ୟାଳୟ ର ପ୍ରାୟ ଏକ ହଜାର ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଏକ ସୁରକ୍ଷା ମାସ ମିଟିଂ ହୋଇଥିଲା।ଏହା ପରେ ପ୍ରାୟ ପାଞ୍ଚ ଶହ ଛାତ୍ର ଛାତ୍ରୀ ମନେ ସଡ଼କ ର ଦୁଇ ପାର୍ଶ୍ଵରେ ରେ ରହି ପ୍ଲା କାର୍ଡ ଧରି ସଚେତନ କରିଥିଲେ। ଏହା ସହିତ ବିନା ହେଲମେଟ ଧାରୀ ଙ୍କୁ ଅରୁଆ ଚାଉଳ ଦୁବ ବରକୋଳି ମୁଣ୍ଡ ରେ ପକାଇ ନାଲି ତିଳକ ପିନ୍ଧେଇ ସଡ଼କ ସୁରକ୍ଷା ନିୟମ ପାଳନ ପାଇଁ ପ୍ରତିଜ୍ଞା କରାଇଥିଲେ।

ସେହିପରି ହେଲମେଟ ଧାରୀ ବ୍ୟକ୍ତି ଙ୍କୁ ଚନ୍ଦନ ପିନ୍ଧାଇ ଉତ୍ସାହିତ କରାଯାଇଥିଲା। ମୋବାଇଲ ଫୋନ କାନରେ ଲଗାଇ ବିନା ହେଲମେଟ ରେ ଯାଉଥିବା ଚାଳକ ଙ୍କୁ ଛାତ୍ର ଛାତ୍ରୀ ମାନେ ହାତ ଯୋଡି ନିଜ ଅମୂଲ୍ୟ ଜୀବନ ସଡ଼କ ରେ ନଯାଉ ବୋଲି ନିବେଦନ କରିଥିଲେ। ଏହି କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଯାଜପୁର ର ଆରକ୍ଷୀ ଅଧିକାରୀ ଶ୍ରୀଯୁକ୍ତ ଚରଣ ସିଂହ ମିନା ଓ ଏସ୍ ଡି ପି ଓ ଚିନ୍ମୟ ଶତପଥୀ ଯୋଗଦେଇ ମିଳିତ ଭାବେ ଜନ ସାଧାରଣ ଙ୍କୁ ସଡ଼କ ଉପରେ ସୁରକ୍ଷା ନିୟମ ମାନିବାକୁ ପ୍ରତିଜ୍ଞା କରାଇଥିଲେ।
କାର୍ଯ୍ୟକ୍ରମ ର ଦ୍ୱିତୀୟ ଭାଗରେ ଏକ ସୁରକ୍ଷା ଯଜ୍ଞ ଆୟୋଜିତ ହୋଇଥିଲା। ଯାଜପୁର SP ଶ୍ରୀଯୁକ୍ତ ମିନା ଅଗ୍ନିରେ ଘୃତଦାନ କରି ସଡ଼କ ସୁରକ୍ଷା ପାଇଁ ସମସ୍ତ ଛାତ୍ରଛାତ୍ରୀ,ଗଣ ମାଧ୍ୟମ ଓ ସଚେତନ ନାଗରିକ ମଂଚ ମିଳିତ ଭାବରେ ଶପଥ ଗ୍ରହଣ କରିଥିଲେ। ନିଜ ସୁରକ୍ଷା ସହିତ ଅନ୍ୟକୁ ସଡ଼କ ସୁରକ୍ଷା ପାଇଁ ଯତ୍ନଶୀଳ କରିବା ଏହା ରବୁଦ୍ଦେଶ୍ୟ ଥିଲା। ଏହା ପରେ ତେପନ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣାରେ ପତି ଙ୍କୁ ହରାଇଥିବା କଣ୍ଢେଇ ପ୍ରଧାନ ସମେତ ଅନ୍ୟ ଦୁଇ ଜଣକୁ ଅନୁକମ୍ପା ଦିଆଯାଇଥିଲା।
ଏହା ପରେ ସ୍ଥାନୀୟ ନାରାୟଣ ଶୋଭନୀୟ ଶିକ୍ଷା କେନ୍ଦ୍ର ର ଛାତ୍ରୀ ମାନେ ସଡ଼କ ସୁରକ୍ଷା ଉପରେ ନୃତ୍ୟ ଓ ତର୍କ ଉପସ୍ଥାପନା କରିଥିଲେ।
ଏହି ସମୟ ରେ ପ୍ରାୟ ଏକ ଲକ୍ଷ ପରିବାର କୁ ସଚେତନ କରାଇବା ପ୍ରୟାସ ରେ SP ଶ୍ରୀଯୁକ୍ତ ମିନା ପୋଷ୍ଟ କାର୍ଡ ରେ ନିଜ ଘରକୁ ପତ୍ର ଲେଖିବା ସହ ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀ ମାନେ ନିଜ ଘରକୁ ଚିଠି ଲେଖିଥିଲେ। ଏହି ପୋଷ୍ଟ ଅଭିଯାନ ଆଗକୁ ଅଧିକ ରୁ ଅଧିକ ପ୍ରସାର କରି ଘରେ ଘରେ ପହଞ୍ଚାଇବାକୁ ସଚେତନ ନାଗରିକ ମଂଚ ପ୍ରୟାସ ରଖିବ ବୋଲି ସରୋଜ ବେହେରା କହିଥିଲେ।
ପରିଶେଷ ରେ ସଡ଼କ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପରମାନନ୍ଦ ସାହୁ, ଯଶୋବନ୍ତ ସାହୁ, ସମର ପଣ୍ଡା, ଅଭିମନ୍ୟୁ ନାୟକ,ଶକ୍ତି ସାମନ୍ତ ଓ ଯୁବ ସାମ୍ବାଦିକ ସୁବ୍ରତ ସାହୁଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା।
କାର୍ଯ୍ୟକ୍ରମ ର ପରିଚାଳନା ରେ ସନ୍ତୋଷ କବି, ଦିପକ ଦାସ, ମନୋଜ ଜେନା, ମନୋଜ ପ୍ରଧାନ, ହିଙ୍ଗୁଳା ବିଦ୍ୟାମନ୍ଦିର ର ପ୍ରଧାନ ଶିକ୍ଷକ ପ୍ରତାପ ଦାସ, ପ୍ରମୋଦ ମଲ୍ଲିକ, ବ୍ରଜବନ୍ଧୁ ଭଞ୍ଜ, ରାମକୃଷ୍ଣ ନନ୍ଦ, ହରେକୃଷ୍ଣ ମହାପାତ୍ର,ଭରତ ପ୍ରଧାନ ସିଭନୀୟ ଶିକ୍ଷା ଶ୍ରମ କୃଷ୍ଣଚନ୍ଦ୍ର ଶତପଥୀ ସହଯୋଗ କରିଥିଲେ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *