ସ୍ୱାଭିମାନ ଅଞ୍ଚଳରେ ବିନା ମୂଲ୍ୟରେ ପାଠ ପଢାଉଛନ୍ତି ଯମୁନା
ମାଲକାନଗିରି (ସ. ଖ. ପ୍ର): ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ଅନ୍ତର୍ଗତ ପଣସପୁଟ ପଂଚାୟତ ନିକଟସ୍ଥ ବେଜିଂ ଗ୍ରାମରେ ଯମୁନା ଖିଲ(୧୭) ନାମ୍ନୀ ଜନୈକା କଲେଜ ପାଠୋଇ ଛାତ୍ରୀ ନିଜ ଗ୍ରାମର ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ପ୍ରାଥମିକ ଶିକ୍ଷା ପ୍ରଦାନ କରି ଏବେ ଚର୍ଚ୍ଚାର ପରିଧିକୁ ଆସିଛି।
କରୋନା ମହାମରି ଯୋଗୁଁ ସମସ୍ତ ପ୍ରାଥମିକ ବିଦ୍ୟାଳୟଗୁଡିକ ମାସ ମାସ ଧରି ବନ୍ଦ ରହିଥିବା ବେଳେ ଦୀର୍ଘ ଦିନ ହେଲା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଗ୍ରାମାଞ୍ଚଳରେଥିବା ବିଦ୍ଯାଳୟରେ ପାଦ ପଡୁ ନାହିଁ । ଫଳରେ ଗୁରୁ ଶିଷ୍ଯମାନଙ୍କର ଘନିଷ୍ଠ ସଂପର୍କ ଛିନ୍ନ ହେବାରେ ଲାଗିଛି । ଆଦିବାସୀ ଗ୍ରାମର ପିଲାମାନେ ଶିକ୍ଷା ଠାରୁ ଦୂରରେ ରହି ଧୀରେ ଧୀରେ ପଢାପଢି ଭୁଲିବାରେ ଲାଗିଛନ୍ତି । ସ୍ବାଭିମାନ ଭଳି ଅପହଞ୍ଚ ଅଞ୍ଚଳରେ ଶିକ୍ଷା ଏଠାରେ ବାଟବଣା ହୋଇଥିବା ବେଳେ ବେଜିଂ ଗ୍ରାମର କଲେଜ ପାଠୋଇ ଝିଅ ଯମୁନା ଖିଲ ମନରେ ଏକ ସମାଜସେବା ମନ ବୃତ୍ତି ଜାଗ୍ରତ ହୋଇଥିଲା । ଗ୍ରାମର ପିଲାମାନେ ବିଦ୍ଯାଳୟ ନଖୋଲିବା ଯୋଗୁଁ ଏତେତେଣେ ବୁଲିବା ସହ ଘରୋଇ କାର୍ଯ୍ଯରେ ସମୟ ଅତିବାହିତ କରୁଥିବା ଦେଖିବାକୁ ମିଳିଥିଲା । ଫଳରେ ପିଲାମାନଙ୍କ ଭବିଷ୍ଯତ ଅନ୍ଧକାର ଆଡକୁ ଗତି କରୁଛି । ଏଣୁ ଯମୁନା ଏହା ଦେଖି ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ ।