ସ୍ୱାଭିମାନ ଅଂଚଳର ହଳଦୀକୁ ବିଶ୍ୱ ଦରବାରରେ ପହଞ୍ଚାଯିବ :ଜିଲ୍ଲାପାଳ
ମାଲକାନଗିରି : ଜିଲ୍ଲାପାଳ ଓ ଏସ ପି ସ୍ୱାଭିମାନ ଅଂଚଳ ର ସ୍ଥିତିକୁ ସମୀକ୍ଷା କରିଥିଲେ |ସ୍ୱାଭିମାନ ଅଂଚଳ ଧୀରେ ଧୀରେ ବିକାଶ ପଥରେ ଚାଲୁଛି ବୋଲି ସେମାନେ ଅନୁଭବ କରି କହିଥିଲେ |ସ୍ୱାଭି ମାନ ଅଂଚଳରେ ହଳଦୀ ଚାଷ କରୁଥିବା ସେମାନେ ଦେଖିଲେ ଏବଂ ସେହି ହଳଦୀର ମାନ ଅତି ଉଚ୍ଚକୋଟିର |ତେଣୁ ଚାଷୀଙ୍କ ଠାରୁ ହଳଦୀ ସଂଗ୍ରହ କରି ତାକୁ ପ୍ରୋସେ ସିଂ ୟୁନିଟରେ ପ୍ରୋସେସ କରାଯିବ ଓ ମାର୍କେଟକୁ ଛଡାଯିବ |
ଏହାର ଦାଇତ୍ୱ ନେବ ସମନ୍ଵତ ଆଦିବାସୀ କପରେଟିବ କର୍ପରେସନ |ଆଗରୁ ହଳଦୀ ଚାଷୀ ଶୋଷଣର ଶିକାର ହେଉଥିଲେ | ଆନ୍ଧ୍ର ର ଦଲାଲମାନେ ତାଙ୍କୁ କିଲୋ ପିଛା ୩0 ଟଙ୍କା ଦେଇ ନେଇଯାଉଥିଲେ |ଏବେ କିଲୋ ପିଛା ତାଙ୍କୁ ୬0ଟଙ୍କା ଦିଆଯିବ ଓ ଚାଷୀମାନେ ଏହାଦ୍ୱାରା ଉପକୃତ ହେବେ ବୋଲି ଜିଲ୍ଲାପାଳ ଶ୍ରୀ ମନୀଷ ଅଗ୍ରୱାଲ ମତ ଦେଇଛନ୍ତି |
ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ (ସ ବ ଖ )