ସ୍ୱାଭିମାନ ଅଂଚଳରେ ଥିବା ହସ୍ପିଟାଲ ର ଅବସ୍ଥା…
ମାଲକାନଗିରି : ମାଲକାନଗିରି ସ୍ୱାଭିମାନ ଅଂଚଳରେ ଥିବା ଯୋଡ଼ାମ୍ବ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଅବସ୍ଥା ନ କହିବା ଭଲ |ବର୍ଷା ହେଲେ ହସ୍ପିଟାଲ ମଧ୍ୟରେ ଆଣ୍ଠୁଏ ପାଣି |ସେହି ପାଣି ଭିତରେ ହିଁ ରୋଗୀଙ୍କୁ ଚିକିତ୍ସା କରନ୍ତି ଡାକ୍ତର |ରୋଗୀ ଓ ହସ୍ପିଟାଲ କର୍ମଚାରୀମାନେ ବହୁତ ହଇରାଣ ହେଉଛନ୍ତି |ସ୍ୱାଭିମାନ ଅଂଚଳ ନାଁରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି |ଗୁରୁପ୍ରିୟା ସେତୁ ହେଲା କିନ୍ତୁ ୫ ଟି ପଂଚାୟତର କିଛି ଉନ୍ନତି ହେଲାନାହିଁ |ଆଗରୁ ଯେମିତିଥିଲେ ଏବେ ବି ସେମିତି |ସ୍ୱାସ୍ଥ୍ୟ, ଶିକ୍ଷା ଓ ଗମନା ଗମନରେ ପଛରେ ରହିଯାଇଛନ୍ତି |”ମୋ ସରକାର” ଯୋଜନା ହେବାପରେ ଲୋକଙ୍କୁ ସବୁ ସୁବିଧା ମିଳିବ ବୋଲି ଆଶା ରଖିଛନ୍ତି ସ୍ୱାଭିମାନ ଅଂଚଳବାସୀ |ଦେଖିବାକୁ ବାକିରହିଲା କେବେ ଏହି ଅଂଚଳର ଉନ୍ନତି ହେବ | ମାଲକାନଗିରି ରୁ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ