ସ୍ୱାଭିମାନ ଅଂଚଳରେ ଏୟାରଟେଲ ଟାୱାର ବସାଉଛି…
ମାଲକାନଗିରି (ସଖପ୍ର):ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଜଳଭଣ୍ଡାର ମଧ୍ୟରେ ରହିଥିବା ଅଂଚଳକୁ ସ୍ୱାଭିମାନ ଅଂଚଳ କୁହାଯାଉଛି । ଏଠାକାର ଲୋକଙ୍କ ପାଇଁ ଯୋଗାଯୋଗର ମାଧ୍ୟମ କିଛି ବି ନଥିଲା । ଲୋକେ ଚିତ୍ରକୋଣ୍ଡା ଆସିଲେ ହିଁ ନିଜ ଲୋକଙ୍କୁ ଯୋଗାଯୋଗ କରିପାରୁଥିଲେ । ଚିତ୍ରକୋଣ୍ଡାରେ ଗୋଟିଏ ମାତ୍ର ବି.ଏସ.ଏନ.ଏଲ ଟାୱାର ଅଛି, ଯାହା ନଥିବା ସହ ସମାନ । ବର୍ଷର ଅଧାଦିନ ବନ୍ଦ । ତେଣୁ ଏବେ ପିପଲ ପଦର, ହନ୍ତାଳ ଗୁଡା, ଜନତାପାଇ, ଟନେଲ କେମ୍ପ ଆଦିରେ ଏୟାରଟେଲ ତରଫରୁ ଟାୱାର ବସାଯାଉଛି । ଏହାକୁ ବି ଏସ ଏଫ ଯବାନମାନେ ସୁରକ୍ଷା ଦେଉଛନ୍ତି । ସ୍ୱାଭିମାନ ଅଂଚଳର ଲୋକଙ୍କ ଯୋଗାଯୋଗ କଷ୍ଟ ଦୂର ହୋଇପାରିବ । ଲୋକେ ମଧ୍ୟ ଏହା ଶୁଣି ଖୁସିବ୍ୟକ୍ତ କରିଛନ୍ତି । ଦେଖିବାକୁ ବାକିରହିଲା କେବେ କାମ ସରୁଛି ଓ ଲୋକେ ନିଜ ଅଂଚଳରୁ ନିଜ ସମ୍ପର୍କୀୟଙ୍କ ସହ ଫୋନରେ କଥା ହୋଇପାରୁଛନ୍ତି ।