04/24/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସ୍ୱାବ ଟେଷ୍ଟ ନ କରି ଚାଲିଗଲେ ଡଙ୍ଗରିଆ କନ୍ଧ,ପ୍ରଶାସନ ବିଫଳ

ରାୟଗଡା (ସଖପ୍ର):କରୋନାର ଦ୍ବିତୀୟ ଲହରି ଚାଲିଥିବାବେଳେ ରାୟଗଡା ଜିଲାରେ ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବଢି ଚାଲିଥିବାବେଳେ ମୃତ୍ଯୁ ସଂଖ୍ଯା ବି ବଢି ଚାଲିଛି । ସେହିପରି କଲ୍ୟାଣସିଂହପୁର ବ୍ଲକରେ ମଧ୍ଯ ଆକ୍ରାନ୍ତ ସଂଖ୍ୟା ବଢିଚାଲିଥିବା ବେଳେ କିଛିଦିନ ପରେ ନିୟମଗିରି ପାହାଡର ଡଙ୍ଗରିଆ କନ୍ଧ ମାନେ ମଧ୍ୟ ଆକ୍ରାନ୍ତରୁ ବାଦ ପଡି ନାହାନ୍ତି । ଯାହା ଫଳରେ ନିୟମଗିରି ଅଞ୍ଚଳର କିଛିଦିନ ଭିତରେ ୧୯ଜଣ ଡଙ୍ଗରିଆ କନ୍ଧ କରୋନାରେ ଆକ୍ରାନ୍ତ ହୋଇଥିଲେ।
ସେଥିମଧ୍ୟରୁ ରବିବାର ଦିନ ଫାକେରିରେ ୧୬ ଜଣଙ୍କ ସ୍ୱାବ ପରୀକ୍ଷା କରିଥିବାରୁ ୧୩ ଜଣଙ୍କ ପଜିଟିଭ ବାହାରିଥିଲା । ପୂର୍ବରୁ ନିର୍ଗୁଣ୍ଡି, ଟେବାପଡା,ବୁଡୁଣୀ ଗାଁର ୬ ଜଣ ମୋଟ ୧୯ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହାଦେଖି ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ହୋଇ ଆଜି ସୋମବାର ହୋଇଥିବାରୁ ଡଙ୍ଗରିଆ କନ୍ଧ ମାନେ କଲ୍ୟାଣସିଂହପୁର ବଜାରକୁ ଆସିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ନିୟମଗିରି ଅଞ୍ଚଳର ପାର୍ସାଲି ଓ ନାରଙ୍ଗିତଳା ଦୁଇଟି ଗାଁରେ ସ୍ବାବ ଟେଷ୍ଟ କରିବା ପାଇଁ ପ୍ରସ୍ତୁତ ହୋଇ ରହିଥିଲେ । ଆସୁଥିବା ଡଙ୍ଗରିଆ କନ୍ଧ ମାନଙ୍କୁ ସ୍ଥାନୀୟ ବିଡିଓ କାଳୁ ଚରଣ ନାୟକ ଓ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାର ସ୍ବତନ୍ତ୍ର ଅଧିକାରି ମଦନ ମୋହନ ଦଳବେହେରା, ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶ୍ୟାମସୁନ୍ଦର ମାଝୀ, ଜି ପି ଓ ମାନସ ରଞ୍ଜନ ପ୍ରଧାନ,ଓପିଲିପି ପ୍ରଜେକ୍ଟ ଅଧିକାରୀ ନିରଞ୍ଜନ ସ୍ୱାଇଁ ଉପସ୍ଥିତ ରହି ସମସ୍ତ ଡଙ୍ଗରିଆ କନ୍ଧ ମାନଙ୍କୁ ଅଟକାଇ ସ୍ବାବ ଟେଷ୍ଟ କରିବାକୁ ବୁଝାଇଥିଲେ କିନ୍ତୁ ଡଙ୍ଗରିଆ କନ୍ଧ ମାନେ ରୋକଠୋକ ସ୍ବାବଟେଷ୍ଟ କରିବାକୁ ମନା କରିଥିଲେ । କରୋନା କଣ ଜାଣିଛୁ କିନ୍ତୁ ଆମ ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କୁ କରୋନା ହେବନାହିଁ କାରଣ ଆମେ ପୁର୍ବପୁରୁଷରୁ ଆମ ନିୟମଗିରି ଦେବତା ଓ ପାଣି ପବନକୁ ମାନିଆସୁଛୁ ଏଣୁ ଆମକୁ କରୋନା ଛୁଇଁପାରିବନି ।

ଯଦି କରୋନା ମଣିଷକୁ ହଉଛି ତ ପଶୁପକ୍ଷୀଙ୍କୁ କାହିଁକି ହଉନି ଵୋଲି ନିୟମଗିରି ଆବାହକ ଲଦ ସିକକା ପ୍ରଶ୍ନ କରିଥିଲେ । ଆଜି ସୋମବାର ହୋଇଥିବାରୁ ନିୟମଗିରି ପାହାଡର ୩୪ ଖଣ୍ଡ ଗାଁ ମଧ୍ୟରୁ ଲାଖପଦର, ପଟାଙ୍ଗପଦର, ଲାମ୍ବା, ଡଙ୍ଗାମାଟି, ପାର୍ସାଲିର ଡଙ୍ଗରିଆ କନ୍ଧ ମାନେ ନିଜ ଉତ୍ପାଦିତ ସାମଗ୍ରୀକୁ ନେଇ ବଜାରରେ ବିକ୍ରୀ କରି ନିଜନିଜ ଘରକୁ ତେଲ,ଲୁଣ ନେବାକୁ ଆସୁଥିବାବେଳେ ପୋଲିସ ଭୟରେ ବଜାରକୁ ନଆସି ପାର୍ସାଲିରେ ଗଛିତ ରଖିଥିବାରୁ କେମିତି ଚଳିବେ ଚିନ୍ତାରେ ରହିଛନ୍ତି । ନିୟମଗିରିର ଯେଉଁମାନେ କରୋନା ପଜେଟିବ ଚିହ୍ନଟ ହୋଇଛନ୍ତି ସେମାନଙ୍କୁ ପାଇଁ ସ୍ବତନ୍ତ୍ର ଏକ ସ୍ଥାନରେ ରଖି ଉଚିତ ଚିକିତ୍ସା କରାଯାଉ ବୋଲି ଯୁବ ସଭାପତି ସିକକା କୃଷ୍ଣ କହିଛନ୍ତି । ଏଭଳି ସମସ୍ଯା ହୋଇଥିବାରୁ ପୁଣି ପ୍ରତି ଗାଁକୁ ଗାଁ ଯାଇ ସଚେତନା କରି ସ୍ବାବ ଟେଷ୍ଟ କରାଇବୁ ବୋଲି ବିଡିଓ କାଳୁ ଚରଣ ନାୟକଙ୍କୁ କହିଛନ୍ତି । ନାରଙ୍ଗିତୁଳା ଗାଁରେ ଜଣେ ସ୍ବାବ ଟେଷ୍ଟ କରିଥିବାବେଳେ ପର୍ସାଲିରେ ୫ ଜଣ ଟେଷ୍ଟ ମୋଟ ୬ଜଣ କରିଥିଲେ କିନ୍ତୁ କାହାରିକୁ ପଜେଟିଭ ବାହାରି ନ ଥିବା ଜଣାପଡିଛି । ଏ ମାନଙ୍କ ମଧ୍ୟରେ ୨ଜଣ ହିଁ ଡ଼ଙ୍ଗରିଆ ରହିଛନ୍ତି ।

ରାୟଗଡାରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *